ଟିଟିଲାଗଡ,( ଗୌରବ ଦର୍ଜୀ )-ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଟିଟିଲାଗଡ ଉପଖଣ୍ଡ ରେ ଅଂଶୁଘାତ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଟିଟିଲାଗଡ , କଣ୍ଟାବାଞ୍ଜି ପୌରାଞ୍ଚଳ ସମେତ ସମସ୍ତ ବ୍ଲକ୍ ରେ ପାନୀୟ ଜଳ ର ସୁବିଧା , ଟ୍ୟାଙ୍କର ଯୋଗେ ପାନୀୟ ଜଳ ର ଯୋଗାଣ, ଦୁଇଟି ଏନ୍ ଏ ସି ର ବିଭିନ୍ନ ୱାର୍ଡ ରେ ଟାଙ୍କି ସ୍ଥାପନ , ନଳକୂପ ର ମରାମତି ଉପରେ ଗୁରୁତ୍ବ ଦେଇ ଜଣ ସ୍ବାସ୍ଥ୍ୟ ବିଭାଗ , ଆର୍ ଡବ୍ଲୁ ଏସ୍ ଏସ ର ବିଭାଗୀୟ ଅଧିକାରୀଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବି ଡି ଓ ମାନେ ନିଜ ନିଜ ବ୍ଲକ ରେ ଜଳ ଛତ୍ର ସ୍ଥାପନ , ଓ କିଛି ସ୍ଥାନରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ଏବଂ ସେଥିପ୍ରତି ବିସ୍ତୃତ ଯୋଜନା କରି ନିଜ ନିଜ ବ୍ଲକ ରେ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଭଳି ବିଦ୍ୟୁତ୍ ବିଭାଗ କୁ ଠିକ୍ ରୂପେ ତଥା ଅଚଳ ଟ୍ରଂସ୍ଫର୍ମର ମରାମତି ପାଇଁ ବିଦ୍ୟୁତ୍ ବିଭାଗ ଏସ ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଟିଟିଲାଗଡ ଡାକ୍ତରଖାନା ରେ ଗୋଟିଏ ଶୀତ ତାପ ନିୟନ୍ତ୍ରଣ କୋଠରୀ ଅଂଶୁଘାତ ପାଇଁ ଏବଂ କୁଳର ବ୍ୟବସ୍ଥା ସହ ଗୋଟିଏ କୋଠରୀ ସଂରକ୍ଷିତ ରଖିବାକୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଶୁ ସମ୍ପଦ ର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପାଣିର ବ୍ୟବସ୍ଥା କରିବା ସହ ଓ ମୋବାଇଲ ପଶୁଧନ ଯାନ ର ସୁବ୍ୟବସ୍ଥା ପାଇଁ ଏସ ଡି ଭି ଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଯେଉଁ ଅଞ୍ଚଳ ରେ ଅଂଶୁଘାତ ଜନିତ ସମସ୍ୟା ଉପୁଜି ଥିଲା ସେହି ଅଞ୍ଚଳ ର ଭୌଗୋଳିକ ଦୃଷ୍ଟି ଓ ଡାଟା କୁ ଲକ୍ଷ୍ୟ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ବି ଡି ଓ ଏବଂ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପଞ୍ଚାୟତ , ସହରାଞ୍ଚଳ , ବସ ଷ୍ଟାଣ୍ଡ , ବଜାର ସ୍ଥଳୀ , ଜନଗହଳି ସ୍ଥାନ , ରେଲୱେ ଷ୍ଟେସନ ମାନଙ୍କ ରେ ଜଳ ଛତ୍ର ର ସୁବ୍ୟବସ୍ଥା ସହ ଅଂଶୁଘାତ ମୁକାବିଲା ଲାଗି ଉଦ୍ଧିଷ୍ଟ ପୋଷ୍ଟର , ଓ ପ୍ରଚାର ପତ୍ର , ସୁବ୍ୟବସ୍ଥା କରିବାପାଇଁ ସଂପୃକ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ଶାଖା ତଥା ଡାକ୍ତରଖାନା ରେ କଣ୍ଟ୍ରୋଲ ରୁମ୍ ସ୍ଥାପନ ସହ ଫୋନ ନମ୍ବର ବ୍ୟବସ୍ଥା କରାଯିବ ସେହିଭଳି ଅଂଶୁଘାତ ସହ ମୁକାବିଲା ପାଇଁ ପ୍ରଚଣ୍ଡ ଖରା ରୁ ରକ୍ଷା ପାଇଁ ଛତା ଶୋଭାଯାତ୍ରା ପାଇଁ ଉପଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ ଏବଂ ବୈଠକ ରେ ସମସ୍ତ ଉପସ୍ଥିତ ଅଧିକାରୀ ଙ୍କ ମୟ ଗ୍ରହଣ କରାଯାଇଥିଲେ । ଏହି ବୈଠକରେ ବି ଡି ଓ ନବୀନ ଚରଣ ନାୟକ, ଆର୍ ଡବ୍ଲୁ ଏସ ଏସ ର ଜେ ଇ ବୃନ୍ଦାବନ ମେହେର, ଏ ଇ ଇ କଣ୍ଟାବାଞ୍ଜି ଆର୍ ଡବ୍ଲୁ ଏସ ଏସ ପ୍ରଶାନ୍ତ କୁମାର ବାଗ, ସଇଁତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ, ତୁରେକେଲା ଜେ ଇ ସୁଧାକର ପଣ୍ଡା , ମୁରୀବାହାଲ ତହସିଲଦାର ସୋନାଲି ପାତ୍ର, ବି ଇ ଓ ମୁକୁନ୍ଦ ମହାକୁଡ଼ , ତୁରେକେଲା ଏ ବି ଇ ଓ ରଘୁନାଥ ମାହାର, ବିଦ୍ୟୁତ୍ ବିଭାଗ ଏସ ଡି ଓ ବିବେକାନନ୍ଦ ଦିକ୍ଷୀତ, ଟିଟଲାଗଡ ଏସ ଡି ପି ଓ ସୁରେନ୍ଦ୍ର ନାଥ ଶତପଥୀ ସହ ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.