ଝାରବନ୍ଧ ପଂଚାୟତ ପ୍ରାଙ୍ଗଣରେ ଆର୍ନ୍ତଜାତୀୟ ମହିଳା ଦିବସ ପ୍ରତିଭା- ୨୦୨୧

0 2

 ସର୍ବସଧାରଣ ସମ୍ପତିର ସୁରକ୍ଷା ପାଇଁ ମହିଳାଙ୍କ ପଦଯାତ୍ରା ଓ ଶପଥ

ପାଇକମାଳ:  ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଝାରବନ୍ଧ ପଂଚାୟତ ଅଫିସ ପରିସରରେ ୨୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ନେଇ ସୋମବାର ପଂଚାୟତ ସ୍ତରୀୟ ଆର୍ନ୍ତଜାତୀୟ ମହିଳା ଦିବସ ପ୍ରତିଭା- ୨୦୨୧ ମାସ୍ ଅନୁଷ୍ଠାନ , ପାଇକମାଳ ଦ୍ୱାରା   ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହିଳା ମାନେ ସକାଳେ ହାତରେ ପ୍ଲାକ କାର୍ଡମାନ ଧରି ସ୍ଲୋଗାନ, ସଙ୍ଗିତ ମାଧ୍ୟମରେ ପ୍ରଭାତଫେରି ରେ  ନିଜ ଗ୍ରାମ ଓ ଜଙ୍ଗଲ କୁ ପଦ ଯାତ୍ରା କରି ନିଜ ସର୍ବସାଧାରଣ ସମ୍ପତିର ସୁରକ୍ଷା ପାଇଁ ଶପଥ  ନେଇଥିଲେ । ପରେ ପରେ ଝାରବନ୍ଧ ହାଇସ୍କୁଲର ବାଳିକା ମାନଙ୍କୁ ନେଇ କୁଇଜ୍ ଓ ଚିତ୍ରାଙ୍କନ ପ୍ରତି ଯୋାଗିତା କରାଯାଇ ଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ , ଦିତିୟ ଓ ତୃତୀୟ ହୋଇ ଥିବା ଛାତ୍ରୀମାନଙ୍କୁ ମହିଳା ଦିବସ ସମାରୋହରେ ଉପଢୌକନ ଦେଇ ପୁରଷ୍କୃତ କରାଯାଇଥିଲା । ଏହା ପରେ ଆର୍ନ୍ତଜାତୀୟ ମହିଳା ଦିବସ ୨୦୨୧ ସମାରୋହ ଜଙ୍ଗଲ ସହିତ ମହିଳାଙ୍କ ଜିବିକା ବିଷୟରେ ଝାରବନ୍ଧ ପଂଚୟତ ଜିପିଏଲଏଫ ସଭାପତି ଯଶୋବତୀ ସୁନା ସଂମ୍ପାଦିକା ଭୁମିସୁତା ବାଗଙ୍କ ଅଧକ୍ଷତାରେ ଅତିଥିମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ୱଳନ କରି ଉଦ୍ ଘାଟନ କରିଥିଲେ । ଏହି କର୍ମଶଳାରେ ଅତିଥି ଭାବେ  ଝାରବନ୍ଧ ପଂଚାୟତ ସରପଂଚ ରବି ବାଗ, ଝାରବନ୍ଧ ବ୍ଲକ ଡିଗ୍ରୀ କଲେଜର  ଓଡିଆ ଏଚୁଡି ଜାଜ୍ଞ୍ୟସେନୀ ନାୟକ, ଡଭା କଲେଜର ଇଂଗ୍ରାଜୀ ଲେକ୍ଚର ସରୋଜ କୁମାର ସାହୁ, ଏମବିକେ ରେଶ୍ ମା ବାଗ, ଝାରବନ୍ଧ କଲେଜର ସଫଳ  ଛାତ୍ରୀ ମିନାକ୍ଷୀ ନାୟକ ଯୋଗଦେଇ ପ୍ରାକୃତିକ ସମ୍ପଦ ସହିତ ମହିଳା ମାନେ ନିଜର ଦକ୍ଷତାର ବିକାସ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତୀ ଏ ଅଂଚଂଳର ମହିଳା ମାନଙ୍କ ଅତ୍ମ ନିର୍ଭଶୀଳ ସମ୍ବବ ବୋଲି କହିଥିଲେ । ଉକ୍ତ ସଭାରେ ତିନି ଜଣ ସଫଳ ମହିଳା ଚାଷୀଙ୍କୁ  ପ୍ରମାଣ ପତ୍ର ସହିତ ଉପଢୌକନ ଦେଇ ପୁରସୃତ କରାଯାଇଥିଲେ । ଏହି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ  ଜଙ୍ଗଲ କମିଟିର ସଭ୍ୟା ଲତା ସାହୁ, ବିମଲା ମାଝୀ, ସିଆରପି , କାନ୍ତିଲତା ଛତ୍ରିଆ, ଟେଭାବତୀ ଭୋଇ, ଦେବକୀ ମାଝୀ, ସୁରୁସୁତା ହରିପାଲ ପ୍ରମୁଖ ପରିଚାଳନା କରିଥିବା ବେଳେ ରେବତୀ ରାଉତ ଧନ୍ୟବାଦ ଦେଇଥିଲେ ।

 

Leave A Reply

Your email address will not be published.