ବିଶ୍ୱ ମହିଳା ଦିବସ ଅବସରରେ ବିରାଟ ମହିଳା ସମାବେଶ

0 2

ବରଗଡ :- ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବରଗଡ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରତକ୍ଷ ତତ୍ୱବାଧାନରେ କେରମେଲାବାହାଲ ଠାରେ ଏକ ବିରାଟ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତ ରୁ ଶହ ଶହ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ । ପଦ୍ମପୁର ବିଜୁ ଜନତା ଦଳ ( ମହିଳା ) ର ସଭାନେତ୍ରୀ ତଥା ଭେଉରିଆ ସରପଞ୍ଚ ଶ୍ରୀମତୀ ରଜନୀ ସହୁଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ଆଜି ମହିଳା ଦିବସ ଉପଲକ୍ଷେ ମହିଳା ମାନଙ୍କର ସୁରକ୍ଷା ତଥା ମହିଳା ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗ୍ରହଣ କରାଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସମସ୍ତ ପଦକ୍ଷେପ କୁ ପ୍ରଶଂସା କରାଯିବା ସହିତ ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ଘୋଷଣା କରାଯାଇଥିବା ମିଶନ ଶକ୍ତି କୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେବା ନିଷ୍ପତ୍ତିକୁ ମଧ୍ୟ ଜୋରଦାର ସ୍ୱାଗତ କରାଯାଇଥିଲା ।

ଏହି ସଭାରେ ଉପସ୍ଥିତ ବକ୍ତା ମାନେ ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ଆଗେଇ ଆସି ସମାଜ ଗଠନରେ ତତ୍ପର ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଧାୟକ ପ୍ରଥମେ ଉପସ୍ଥିତ ମହିଳା ମାନଙ୍କୁ ମାଁ ବୋଲି ସଂଵୋଧନ କରିବା ପରେ ନିଜର ବକ୍ତବ୍ୟ ରେ କହିଥିଲେ ଯେ ନାରୀ ସସକ୍ତ ହେଲେ ଦେଶ ଆପେ ଆପେ ସସକ୍ତ ହୋଇଯିବ । ପୁରୁଷ ପ୍ରଧାନ ଦେଶରେ ମହିଳା ମାନଙ୍କୁ ଅଧିକାର ପ୍ରଦାନ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ବାବୁ ଓ ମହିଳା ମାନଙ୍କୁ ସସକ୍ତ କରେଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ର ତୁଳନା ନାହିଁ । ଏହା ସହିତ ଆଜି ଦେଶର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ମାଡମ ଭିକାଜି ଗାମା ଙ୍କର ବାବଦରେ ମଧ୍ୟ ଶ୍ରୀ ବରିହା ଆଲୋକପାତ କରିଥିଲେ । ଏହି ମହିଳା ସମାବେଶରେ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ମାନେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ଆଜିକାର ଏହି ସଭା ରେ ଅନ୍ୟ ମାନଙ୍କର ମଧ୍ୟରେ ସସ୍ମିତା ଯୋଶୀ , କମଳିନୀ ଧରୁଆ , ଶକୁନ୍ତଳା ନାୟକ , ବନିତା ବିଶି , ପୂର୍ବତନ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପୁଟା , ବସନ୍ତି ସେଠ , ମନୋରମା ମହାପାତ୍ର , ଯଶୋବନ୍ତି ନାୟକ , ଜୟନ୍ତୀ ବରିହା , ହାରାବତୀ ଗଡ଼ଟିଆ , ନୀଳାଦ୍ରି ମହାନନ୍ଦ, କୁନ୍ତୀ ସାହୁ , ଭାରତୀ ପଟ୍ଟନାୟକ, ପୂର୍ଣ୍ଣିମା ରଣା, ଯଜ୍ଞସେନି ପ୍ରଧାନ ପ୍ରମୁଖ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବା ବେଳେ ଆଗାମୀ ଦିନରେ ମହିଳା ମାନଙ୍କର ଆହୁରି ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ହାତମୁଠା କୁ ମଜବୁତ କରିବା ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଥିଲେ ।

Leave A Reply

Your email address will not be published.