୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବ ପୋଲରୁ ଗଲିତ ଶବ ଉଦ୍ଧାର

0 1

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-   ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ)ର କିଲାମସା ପାଖ ପୋଲ ନିକଟରୁ ରବିବାର ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଶାସନ ପୋଲିସ ଏକ ୪୫/୫୦ ବର୍ଷିୟା ଜଣେ ଅଚିହ୍ନା ବ୍ଯକ୍ତିର ଗଲିତ ଶବକୁ ଉଦ୍ଧାର କରିଛି। ଶବର ପଞ୍ଚନାମା ପରେ ବ୍ଯବଛେଦ ପାଇଁ ବୁର୍ଲା ଭିମସାର ଡାକ୍ତରଖାନାକୁ ପଠାଇ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଶାସନ ଥାନାରେ ୪/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତରୁ ଏହି ଗଲିତ ଶବ ୮/୧୦ ଦିନର ହେବ ବୋଲି ଜଣାପଡିଛି।

ଏହି ପୋଲ ତଲକୁ ଶବ ଆସିଲା କିପରି ଏବଂ ଏହା ହତ୍ଯା ନା ଆତ୍ମ ହତ୍ଯା ପିଏମ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ଶାସନ ଥାନା ଅଧିକାରୀ ଜୟରଶ୍ମୀ ସେଠି ପ୍ରକାଶ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଶବର ପରିଚୟ ମିଳି ପାରି ନାହିଁ। 

Leave A Reply

Your email address will not be published.