ଜିଲ୍ଲାରେ ଅଭିଯୋଗ ଶୁଣାଣୀ ଆରମ୍ଭ ଜୁଲାଇ ୨ ରୁ

0

ଯାଜପୁର(ଜୟଶଙ୍କର ଦାଶ ) :ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଦ ଥିବା ଜିଲ୍ଲା ଅଭିଯୋଗ ଶୁଣାଣୀ ଜୁଲାଇ ୨ ରୁ ପୁଣି ଖୋଲିବାକୁ ଯାଉଛି । ଜୁଲାଇ ୨ ରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ ଗୃହରେ ମିଳିତ ଅଭିଯୋଗ ଶୁଣାଣୀ, ଜୁଲାଇ ୬ ତାରିଖରେ କଳିଙ୍ଗନଗର, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସମାଧାନ ଶିବିର, ୯ ତାରିଖରେ ଦାନଗଦୀ ବ୍ଲକ ଅନ୍ତର୍ଗତ ଦେଉଳକଣ ଗ୍ରାମ ପଂଚାୟତ ଖଣ୍ଡୁରାଇ ମଣ୍ଡପଠାରେ ମିଳିତ ଅଭିଯୋଗ ଶୁଣାଣୀ, ୧୬ ତାରିଖରେ ବିଂଝାରପୁର ବ୍ଲକ କଣ୍ଟିପୁର ଡାକ୍ତରଖାନା ପଡିଆଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୩ ତାରିଖରେ ରସୁଲପୁର ବ୍ଲକ କୁଆଖିଆ ଥାନା ପରିସରରେ ମିଳିତ ଅଭିଯୋଗ ଶୁଣାଣୀ ଓ ୩୦ ତାରିଖରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ  ହେବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । 

 

Leave A Reply

Your email address will not be published.