ଆବଶ୍ୟକୀୟ ଅଧିକ ଚାଉଳ ଯୋଗାଇବା ପାଇଁ କେନ୍ଦ୍ର ନିକଟରେ ଓଡ଼ିଶାର ଦାବି

0

ଚତୁର୍ଥ ଜାତୀୟ ପରାମର୍ଶ କମିଟି ବୈଠକରେ ଯୋଗଦେଲେ ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ନୁଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଚତୁର୍ଥ ଜାତୀୟ ପରାମର୍ଶ କମିଟି ବୈଠକରେ ଯୋଗଦେଇଛନ୍ତିା ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ କରାଯାଇଥାଏା ୨୦୧୮ ମସିହା ସୁଦ୍ଧା ରାଜ୍ୟରେ ଜନସଂଖ୍ୟା ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଛିା ତେଣୁ, ବର୍ଦ୍ଧିତ ପ୍ରାୟ ୩୨ ଲକ୍ଷ ହିତାଧିକାରୀ ପାଇଁ ଆବଶ୍ୟକୀୟ ଅଧିକ ଚାଉଳ କେନ୍ଦ୍ର ଯୋଗାଇବା ଆବଶ୍ୟକା ଅନ୍ନପୂର୍ଣା ଯୋଜନାରେ ଅଧିକ ଚାଉଳ ଯୋଗାଇବା ପାଇଁ ମଧ୍ୟ ସେ କେନ୍ଦ୍ର ସରକାରଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲୋ ଏହାଛଡ଼ା ପଶ୍ଚିମବଙ୍ଗରୁ ବିନାବାଧାରେ ଓଡ଼ିଶାକୁ ଆଳୁ ଯୋଗାଣ ହେବା ନିମନ୍ତେ ସେ ଦାବି କରିଥିଲୋ

ଏହି ବୈଠକରେ ଅତ୍ୟାବଶକୀୟ ସାମଗ୍ରୀ ସୁଲଭ ମୂଲ୍ୟରେ ଯଥେଷ୍ଟ ପରିମାଣରେ ମିଳିବାରେ ବାଧା ସୃଷ୍ଟି କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବିଚାରବିମର୍ଶ କରାଯାଇଥିଲାା ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅନୁଭୂତି ଆଦାନପ୍ରଦାନ ସହିତ ଖାଉଟିମାନଙ୍କର ସୁରକ୍ଷା, ମୂଲ୍ୟବୃଦ୍ଧି ଓ ଆତ୍ୟାବଶ୍ୟକୀୟ ସାମଗ୍ରୀର ସହଜ ଉପଲବ୍ଧତା ସଂପର୍କିତ କାର୍ଯ୍ୟଯୋଜନା ନିର୍ଦ୍ଧାରଣ କରାଯାଇଛିା  ଏହି ବୈଠକରେ ସଂପୃକ୍ତ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ 

Leave A Reply

Your email address will not be published.