ଦିଲ୍ଲୀପ ମହାନ୍ତି/ ବାରିପଦା- ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବସ ଷ୍ଟାଣ୍ଡରୁ ରାଇରଙ୍ଗପୁର ଭୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଯାଉଥିବାବେଳେ ଘାଟି ତଳକୁ ଖସି ପଡିବାରୁ ୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ତେବେ ଆଜି ଦିନ ପ୍ରାୟ ୧୦.୩୦ ମିନିଟ ସମୟରେ ଘାଟି ଅତିକ୍ରମ କରୁଥିବା ସମୟରେ ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବାର କୁହାଯାଉଛି।ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଓ ମହୁଲଡିହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବସ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଗୁରୁତ୍ତର ଏବଂ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡ଼ି ଯୋଗେ ଘଷିପୁରା ଓ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଦୁର୍ଘଟଣାର କାରଣକୁନେଇ ମହୁଲଡିହା ଥାନା ପୋଲିସ ତଦନ୍ତ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.