‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଅଭିଯୋଗ 

0

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ମୌନ ପ୍ରତିବାଦ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟାପକ ଅନିୟମିତତା ନେଇ ଏକ ପ୍ରତିକାତ୍ମକ ମୌନ ପ୍ରତିବାଦ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଜିଲ୍ଲାରବରିଷ୍ଠ  ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ଶରତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତି ପ୍ରମୁଖ ଯୋଗଦେଇ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ହୋଇଥିବା ପ୍ରକଳ୍ପ ଚୟନରେ ବ୍ୟାପକ ଅନିୟମିତତା, ସ୍ଥାନୀୟ ଅଣବିଜେଡି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଉପେକ୍ଷା ଓ ବିଭାଗୀୟ କାର୍ଯ୍ୟାଦେଶ ନାଁରେ ବିଜେଡି କର୍ମୀଙ୍କୁ ଠିକାଦାରୀକୁ ବିରୋଧ କରି ଗଣମାଧ୍ୟମ ସମ୍ମୁଖରେ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଥିଲେ । ଏଥି ପୂର୍ବରୁ  ଜିଲ୍ଲା କାର୍ଯ୍ୟାଳୟ ଠାରୁ ଦଳୀୟ କର୍ମକର୍ତ୍ତା ଓ ଜନ ପ୍ରତିନିଧିମାନେ ଏକ ମୋଟର ସାଇକେଲ୍ ଶୋଭାଯାତ୍ରାରେ ସହର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ  । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ଜିଲ୍ଲାର ବିଭିନ୍ନ ବ୍ଲକ କୁ ଆସିଥିବା ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଓ ୱାର୍ଡ ସଭ୍ୟ/ସଭ୍ୟା ମାନେ  ସାମିଲ୍ ହୋଇ ଦିବା ୨ ଘଟିକା ପର୍ଯ୍ୟନ୍ତ ମୌନ ପ୍ରତିବାଦ କରିଥିଲେ ହେଁ ଜିଲ୍ଲାପାଳ ଓ ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀ  ସେମାନଙ୍କ ସହ ଆଲୋଚନା ପାଇଁ ନଆସିବା ପ୍ରତିବାଦକାରୀଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ସୁରଥ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସ୍ୱାଇଁ, ଉମାମଣି ସାହୁ, ସରପଞ୍ଚ ବୀରେନ୍ଦ୍ର ବାରିକ, ପ୍ରମୋଦ ସୂତାର, ଅନିରୁଦ୍ଧ ସାହୁ, ରାଜୀବ ନାୟକ, ଜଗବନ୍ଧୁ ଦାସ, କମଳ କୁମାର ନନ୍ଦ, ରାଜେନ୍ଦ୍ର ସାହୁ, ଗୟାଧର ନାୟକ, ପ୍ରଫୁଲ୍ଲ ପାତ୍ର, ସରସ୍ୱତୀ ବେହେରା, ନମିତା ପାତ୍ର, ସମିତିସଭ୍ୟ ସତ୍ୟବ୍ରତ ଦାସ, ସାବିତ୍ରୀ ପାଣିଗ୍ରାହୀ, ଲେଖା ସୋରେନ୍, ଭାଗବତ ଖଟୁଆଙ୍କ ସମେତ ନିର୍ବାଚିତ ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ଅଶୋକ ପୁହାଣ, ପ୍ରଭାତ ଜେନା, ଉପସଭାପତି ଅମ୍ବିକା ପ୍ରସନ୍ନ ଦାସ, ଶରତ ପଢିହାରୀ, ଅଶୋକ ସାହୁ, ତପନ ମହାନ୍ତି, ପ୍ରଦୀପ୍ତ ବିଶ୍ୱାଳ, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.