ପଦ୍ମପୁର ଏନଏସି ରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ  ବିଜେପିର ଦାବି ପତ୍ର 

0

୭ଦିନ ମଧ୍ୟରେ ପୂରଣ ନହେଲେ ଆନ୍ଦୋଳନ 

ପଦ୍ମପୁର(ନୀଳ ଦୀପ):ବରଗଡ଼ ଜିଲ୍ଲା ପଦ୍ମପୁର ନଗରରେ ଥିବା ବିଭିନ୍ନ ସମସ୍ୟା କୁ ଭିତି କରି ସମସ୍ୟା ଗୁଡ଼ିକର ଶିଘ୍ର ସମଧାନ ପାଇଁ ପଦ୍ମପୁର ବି.ଜେ.ପି. ଦଳ ପଦ୍ମପୁର ବିଜ୍ଞାପିତ ଅଂଚଳ ରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ର ଅନୁଯାୟି ମୁଖ୍ୟତଃ ପଦ୍ମପୁର ସଫେଇ ବାବଦକୁ ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ପଦ୍ମପୁର ସଫେଇ ଠପ ହୋଇ ରହିଛି । ଫଳରେ ବର୍ଷା ଦିନରେ ଘର ମାନଙ୍କରେ ନର୍ଦ୍ଧମା ପାଣି ପସୁଥିବା ରୁ ଭବିଷ୍ୟତରେ ଭିଭିନ୍ନ ରୋଗ ସଂକ୍ରମିତ ହେବାର ଆଶଙ୍କା ରହି ଥିବାରୁ ପଦ୍ମପୁର ସହରର ସଫେଇ ପ୍ରତି ବିଶେଷ ଧ୍ୟାନ ଦେବା, ପଦ୍ମପୁର ରେ ଥିବା ବିଭିନ୍ନ ରାସ୍ତା କଡ଼ ରେ ଲାଇଟ ର ବ୍ୟବସ୍ଥା କରିବା, ସହରର ବିଭିନ୍ନ ସ୍ଥାନରେ ସୋଚନିୟ ଅବସ୍ଥାରେ ପଡ଼ି ରହିଥିବା ରାସ୍ତା ର ଶିଘ୍ର ମରାମତି କରିବା, ପଦ୍ମପୁର ସ୍ଥିତ ବିଭିନ୍ନ ପୋଖରୀର ପୂନଃ ଉଦ୍ଧାର କରିବା ପ୍ରମୁଖ ଦାବି ଉପରେ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନାରେ ବରଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ପଦ୍ମପୁର ମଣ୍ଡଳ ସଭାପତି  ସୁନିଲ ଅଗ୍ରୱାଲ, ବରିଷ୍ଠ  ବି.ଜେ.ପି. କାର୍ଯ୍ୟକର୍ତ୍ତା  ଚୁଡ଼ାମଣି ସାହୁ, ସରୋଜ ମିଶ୍ର, ନଗର ସଂପାଦକ ଅଶୋକ କୁମାର ମିଶ୍ର, ହରି ଶଙ୍କର ସିଂ, ସୁବାଷ ପାତ୍ର, ଗଣ ବଗର୍ତି, ଯୁବ ମୋର୍ଚ୍ଚା ନଗର ସଭାପତୀ ପ୍ରମୋଦ ମେହେର, କୁନାଲ ପାଣି ଗ୍ରାହୀ, ହିତେଶ ଅଗ୍ରୱାଲ, ସବେକ ମେହେର, ରାଜିବ ବଗର୍ତି, ଚିନ୍ମୟ କୁମାର ପଣ୍ଡା, ନରୋତମ ପ୍ରଧାନ, ନବ କିଶୋର କଣ୍ଟା, ନାରୀ ନେତ୍ରୀ ଜ୍ୟୋତ୍ସ୍ନାମୟି କର, ନଳିନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ପରିଶେଷରେ ଉକ୍ତ ଦାବି ଗୁଡ଼ିକ ଉପରେ ୦୭ ଦିନ ଭିତରେ ପଦକ୍ଷେପ ଗ୍ରହଣ ନକରା ଗଲେ ଏହି ଦାବି ତିବ୍ର ଆନ୍ଦୋଳନର ରୂପ ନେବ ବୋଲି ବି.ଜେ.ପି. ଦଳ ପ୍ରତିନିଧି ମାନେ କହିଥିଲେ ।

Leave A Reply

Your email address will not be published.