ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ସହର ଉପକଣ୍ଠ ସୁନାରୀମୁଣ୍ଡା ନିକଟରେ ଥିବା ଏକ ହୋଟେଲ ସମ୍ମୁଖରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କାରେ ତାର ମୃତ୍ୟୁ ଘଟିଛି । ମୃତକ ଭାଗିପାଲି ଗ୍ରାମର ଚନ୍ଦ୍ର ଶେଖର ସେଠୀ(୭୦) ବୋଲି ଜଣାପଡିଛି।ମୃତକ ସାଇକେଲ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୌଣସି କମ୍ପାନୀ ବସ ତାକୁ ଧକ୍କା ଦେଇଥିବା ନେଇ ଆଲୋଚନା ହେଉଥିବା ବେଳେ ପୋଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜା ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଝାରସୁଗୁଡା ଥାନାରେ ଏସମ୍ପର୍କରେ ଏକ ମାମଲା ରୁକୁ କରି ମୃତକର ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.