ସମ୍ବଲପୁରୀ ବନାମ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର।

0 2

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାସେବୀ ସୁଶ୍ରୀ ଶୀତଳ ଭଇଁଷା ଙ୍କ ସଂଯୋଜନା ରେ ସମ୍ବଲପୁରୀ ବନାମ ଓଡ଼ିଆ ଭାଷା ଶୀର୍ଷକ ଆଲୋଚନା ଚକ୍ର ରେ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଉଭୟ ଭାଷାରେ ଥିବା ସ୍ୱାତନ୍ତ୍ର୍ୟ ଓ ସମାନତା  ସଂପର୍କରେ ଆଲୋଚନା କରିଥିଲେ। ସେ ସ୍ବର୍ଗତ ସିଂହ ଦେଓ ଜଣେ ମାନବବାଦୀ ଶାସକ ଥିଲେ ବୋଲି କହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ପ୍ରାରମ୍ଭରେ ସିଂହ ଦେଓ ଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇ ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ସୁପ୍ରିୟା ପଶାୟତ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଥିଲେ। ଉତ୍ସବରେ ଢେଙ୍କାନାଳରୁ ପ୍ରକାଶିତ ସାହିତ୍ୟ ପତ୍ରିକା ବିଭାବନା ପକ୍ଷରୁ ବିଭାବନା ସମ୍ମାନ ପ୍ରାପ୍ତ ହୋଇଥିବାରୁ ବକ୍ତା ଶ୍ରୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସୁଶ୍ରୀ ଦୀପାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.