ଜାତି ଜାଲିଆତି କରି ଚାକିରୀ ହାତେଇଛନ୍ତି ଡ଼ିଏସପି !

0 2

ସମ୍ବଲପୁର /ରମାକାନ୍ତ ବିଶ୍ବାଳ- ନଗଦ ଉପରେ ପ୍ରମୋସନ ପାଇଥିବା ଜଣେ DSP ଙ୍କ ନାଁ ରେ ଆସିଛି ଜାତି ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ । ମୁଳ ଜାତି ତେଲେଙ୍ଗା ଯାହାକି OBC/SEBC ରେ ଆସୁଥିବା ବେଳେ ଶ୍ରୀ ଦୋରା ଚାକିରୀ ସମୟରେ ଦାଖଲ କରିଥିବା ଜାତି ସାର୍ଟିଫିକେଟ ରେ ନିଜକୁ କଣ୍ଡ ଯାହାକି ତଫସିଲ ଭୁକ୍ତ ଜନଜାତି ଦର୍ଶାଇଛନ୍ତି । ସମ୍ବଲପୁର ଟାଉନ ଥାନା ଅଧିକାରୀ ରମେଶ ଦୋରା କିଛି ଦିନ ତଳେ DSP କୁ ପ୍ରମୋସନ ପାଇଥିଲେ। ଆଉ ତାଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଂ ଦିଆଯାଇନଥିବାରୁ ସେ ପୂର୍ବଭଳି IIC ଦାୟିତ୍ବ ରେ ରହିଛନ୍ତି । ଏଭଳି ଏକ ସମୟରେ  ଜାତି ଜାଲିଆତି କରି ଚାକିରୀ ହାତେଇଥିବା ଭଳି ଏକ ଲଜ୍ୟାଜନକ ଅଭିଯୋଗ ଆସିଛି ତାଙ୍କ ନାଁରେ ।

ଏହି ଜାତି ଜାଲିଆତି ଅଭିଯୋଗ ରେ ହାଇକୋର୍ଟ ରେ ଦୁଇଟି ମାମଲା ରୁଜୁ ହୋଇଛି । ପୋଲିସ DG, SP ସମ୍ବଲପୁର, ଉତ୍ତରାଞ୍ଚଳ RDC, ଗୃହ ସଚିବ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଙ୍କ ସହ DSP ଦୋରା ଙ୍କୁ ଏହି ଦୁଇ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।ଏହି ଘଟଣା ସାମ୍ନା କୁ ଆସିବାପରେ ସମ୍ବଲପୁର SP ଏହାର ତଦନ୍ତ ଦାୟିତ୍ବ ସଦର SDPO ଙ୍କୁ ଦେଇଛନ୍ତି ।ତେଵେ ଏନେଇ ହାଇକୋର୍ଟ ପକ୍ଷରୁ ସମ୍ବଲପୁର ଏସପି ଙ୍କ ପାଖ କୁ ନୋଟିସ ହୋଇନାହିଁ। ଜଣେ ସରକାରୀ ପୋଲିସ ଅଧିକାରୀ ହୋଇଥିଵାରୁ  ତଦନ୍ତ ପ୍ରକିୟା ବିଲମ୍ବ ହେଉଛି ।  ୧୫ ଦିନ ଭିତରେ ସମସ୍ତ ତଦନ୍ତ ଶେଷ ହୋଇ ଉପଯୁକ୍ତ  କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ଏସପି ବି ଗଙ୍ଗାଧର କହିଛନ୍ତି ।

Leave A Reply

Your email address will not be published.