ସସମ୍ବଲପୁର/ବରଗଡ,(ରମାକାନ୍ତ ବିଶ୍ବାଳ)-ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତର କନ୍ଧପଡ଼ା ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯେଉଁ ସମୟରେ କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ ଲକଡାଉନ, ସଟଡାଉନ ଓ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା, ସେହି ସମୟରେ ଲିପିକା ସେଠ୍ ପାଇଥିବା ଉତ୍ତରୀୟ ମାନଙ୍କୁ କାଟି ନିଜେ ସିଲେଇ ମେସିନ ସାହାଯ୍ୟରେ ମାକ୍ସ ତିଆରିକରି ଜନସାଧାରଣ ଙ୍କୁ ବଣ୍ଟନ କରୁଥିଲେ। ଏହି ସାମାଜିକ କାର୍ଯ୍ୟ ପାଇଁ ଲିପିକା ଅନେକ ପ୍ରଶଂସା ସାଉଁଟିଥିଲେ ଓ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି l ଏପରି କାର୍ଯ୍ୟ କରିବା ପାଇଁ ତାକଂର ଶୁଭଚିନ୍ତକ ମାନଙ୍କ ଠାରୁ ପ୍ରେରଣା ପାଇଥିଲେ। ତାଙ୍କର ଏହିପରି କାର୍ଯ୍ୟକ୍ରମ ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନସେବା କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାରମେଣ୍ଟ ବରଗଡ ର ସମସ୍ତ ସଦସ୍ୟ ଓ ସଦସ୍ୟା ତରଫରୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାସ ଓ ସହଯୋଗୀ ସଦସ୍ୟ ତଥା ସାମ୍ବାଦିକ ଶ୍ରୀଯୁକ୍ତ ଭବାନୀଶଙ୍କର ପାଢୀ ଥୁଆପାଲି ର ଯୋଗ ଦେଇଥିଲେ ଓ ଲିପିକା ସେଠ୍ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ |ଏହା ସହିତ ଲିପିକା ସେଠ୍ ଙ୍କ ଭବିଷ୍ୟତ ଉଜ୍ବଳ ହେଉ ତାଙ୍କର ଆଶା ଓ ଆକାଂକ୍ଷା ପୂରଣ ହେଉ ବୋଲି କାମନା କରିଥିଲେ। ଲିପିକା ସେଠ୍ ଅଗ୍ରଣୀ ସାମାଜିକ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାର ମେଣ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post