ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନିର୍ଦେଶ କ୍ରମେ ଗତକାଲି ମଧ୍ୟରାତ୍ରୀରେ ଏକ ଟ୍ରାକ୍ଟର ଯୋଗେ ଜଙ୍ଗଲରୁ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ବନପାଳ ସ୍ୱୟଂ ପ୍ରଭା ମହାନ୍ତି ଙ୍କ ନେତୃତ୍ୱରେ ବନପାଳ ମୁରଲୀଧର ମହାରଣା, ବିଘ୍ନରାଜ ମାଡକାମୀ, ବନରଖି ଅନିତା ନାୟକ,ରାମଚନ୍ଦ୍ର ମାଝୀ, କାଳୁରାମ ଦୁରୁଆ,ପାରା ଷ୍ଟାଫ ଅବିନାଶ ମହାନ୍ତି,ଜୟନ୍ତ କୁମାର ନାୟକ,ଦିନେଶ୍ୱ ରାଓ, ସୁରଜ କୁମାର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କାଠ ବୋଝେଇ ଟ୍ରାକ୍ଟର କୁ ଜବତ କରିବା ସହିତ ଘାସିରାମ ମାଝୀ ଓ ନନ୍ଦ ଗୁଣ୍ଠା କୁ ଗିରଫ କରି ରେଞ୍ଜ କାର୍ଯ୍ୟାଳୟ କୁ ଆଣି ପଚରାଉଚରା କରିବା ପରେ ସେମାନେ କାଠ ଚୋରା ଚାଲାଣ କରୁଥିବା ବନ ବିଭାଗ ଅଧିକାରୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ। ପ୍ରାୟ 50 ଖଣ୍ଡ 45 ସେଣ୍ଟି ମିଟର କାଠ ଜବତ ହୋଇଥିବା ବନ ବିଭାଗ ପେକ୍ଷରୁ କୁହାଯାଇଛି।ଏ ନେଇ ବନ ବିଭାଗ ପକ୍ଷରୁ OR NO 156 /202/21 FIR NO 0225204/125 ରେ ମାମଲା ରୁଜୁକରି ଘଟାନାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏବଂ ଏଥିରେ ବ୍ୟବହୃତ ହେଇଥିବା ଟ୍ରାକ୍ଟର OD10C 0390 କୁ ଜବତ କରାଯାଇଥିବା କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.