ମାଲକାନଗିରି 09/2(ବି ଶ୍ରୀନିବାସ ପାତ୍ର) ଜିଲ୍ଲା ବଣ୍ଡା ଘାଟି ରେ ପ୍ରତିଷ୍ଠା ହେଲା ବି ଏସ ଏଫ କ୍ୟାମ୍ପ।ବଣ୍ଡା ଘାଟି ର ମୁଦୁଲିପଡା ଠାରେ ବି ଏସ ଏଫ ର 15 ବାଟାଲିୟନ ର COB ପ୍ରତିଷ୍ଠା ହେଲା।ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷୀକେଶ ଦୟାନନ୍ଦ ଖିଲାରୀ ଙ୍କ ପ୍ରଚେଷ୍ଟା ରେ ଏହି କ୍ୟାମ୍ପ ପତିଷ୍ଠା ହୋଇପାରିଛି। କୋରାପୁଟ ବି ଏସ ଏଫ DIG- P.K. ମିଶ୍ର, କମ୍ପାନୀ କୋମାଣ୍ଡେଣ୍ଟ ବିକ୍ରମ ଶର୍ମା ଉପସ୍ଥିତ ରହିଥିଲେ। ମାଲକାନଗିରି ଜିଲ୍ଲା ର ମାଓ ପ୍ରବଣ ବଣ୍ଡା ଘାଟିରେ ଲୋକଙ୍କ ସୁରକ୍ଷା ଏବଂ ସେହି ଅଞ୍ଚଳ ର ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାପାଇଁ ବି ଏସ ଏଫ କ୍ୟାମ୍ପ ପତିଷ୍ଠା କରାଯାଇଛି।ଅନେକ ଦିନ ହେବ ମାଓବାଦୀ ଙ୍କ ଭୟ ଯୋଗୁଁ ବିକାଶ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି।ତେଣୁ ଏହାକୁ ଆଗକୁ ନେବାପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକା କଡ଼ାକଡ଼ି କରାଯାଇଛି।ସେପଟେ ଏହି ଅଞ୍ଚଳରେ ବି ଏସ ଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଲୋକଙ୍କୁ ମାଓ ଭୟ ଦୂର ହେବାସହ ଉର୍ଣ୍ଣୟନ କାର୍ଯ୍ୟ ଆଗକୁ ବଢି ପାରିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.