କୃଷକ ମାନଙ୍କର ଇନପୁଟ ସବସିଡି ମହାଘୋଟଲା : ବଲାଙ୍ଗୀର ଆଗଲପୁର ତହସିଲର କାର୍ଯ୍ୟରତ ଆର.ଆଇ ଓ ତହସିଲର କିରାଣୀ ଙ୍କୁ କାର୍ଯ୍ୟରୁ ନିଲମ୍ବନ

0

Bolangir/ Niroj Mishra :ବହୁ ପ୍ରତିକ୍ଷିତ କୃଷକ ମାନଙ୍କର ଇନପୁଟ ସବସିଡିରେ ହୋଇଥିବା ମହାଘୋଟଲାରେ ବଲାଙ୍ଗୀର ଜିଲ୍ଲାପାଳ ଆଗଲପୁର ତହସିଲର କାର୍ଯ୍ୟରତ ଆର.ଆଇ ଶ୍ରୀ ନବୀନ କୁମାର ରାଉତ ଓ ତହସିଲର କିରାଣୀ ଶ୍ରୀ ଉମାକାନ୍ତ ପଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି |

ପ୍ରାପ୍ତ ସୂଚନା ମୁତାବକ ଗତ ୨୧ତାରିଖ ରେ ବଲାଙ୍ଗୀର ଜିଲ୍ଲାପାଳ ପତ୍ର ସଂଖ୍ୟା ୧୨୭୪ ମୁତାବକ, ଅଭିଯୁକ୍ତ ଆର ଆଇ ଶ୍ରୀ ନବୀନ କୁମାର ରାଉତଙ୍କୁ ନିଲମ୍ବନ କରିଛନ୍ତି ଓ ତାଙ୍କ ଆଦେଶ ମୁତାବକ ଶ୍ରୀ ରାଉତ ବଲାଙ୍ଗୀର ବାହାରକୁ ଯାଇପାରିବେ ନାହିଁ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବାକୁ ଆଦେଶ ଦେଇଛନ୍ତି | ଠିକ ସେପରି ପତ୍ର ସଂଖ୍ୟା ୧୨୭୭, ତାରିଖ ୨୧.୦୬.୨୦୧୮ ମୁତାବକ ଅଭିଯୁକ୍ତ କିରାଣୀ ଶ୍ରୀ ଉମାକାନ୍ତ ପଧାନଙ୍କୁ ନିଲମ୍ବନ କରାଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ରହିବାକୁ ଆଦେଶ ଦେବା ସହ ବଲାଙ୍ଗୀରରୁ ବାହାରକୁ ନ ଯିବା ପାଇଁ ଆଦେଶ ଦିଆଯାଇଛି |

ଏଠାରେ ସୂଚାଇ ଦିଆଯାଉଛି ଯେ ଉପରୋକ୍ତ ଉଭୟ ଆର ଆଇ ଓ କିରାଣୀ , ଆଗଲପୁର ତହସିଲ ମଧ୍ୟରେ ଥିବା ଶହ ଶହ ଚାଷୀଙ୍କ ଇନପୁଟ ସବସିଡି ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡପ କରି ଦେଇଥିଲେ | ସେ ସମୟରେ ଥିବା ତହସିଲଦାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ହୋଇଥିଲେ ମଧ୍ୟ ଏବେ ତହସିଲଦାରଙ୍କୁ ମୁକ୍ତ କରି କେବଳ ଆର ଆଇ ଓ କିରାଣୀ ଙ୍କୁ ନିଲମ୍ବନ କରି ଦେଇ ପ୍ରଶାସନ ନିଜ ଦୋଷ ଛଡେଇ ଦେଇଛି ବୋଲି ସାଧାରଣ ରେ ଚର୍ଚା ହେଉଛି | ଲୋକଙ୍କ କହିବା ଅନୁସାରେ ସେ ସମୟରେ କାର୍ଯ୍ୟରତ ତହସିଲଦାର ମଧ୍ୟ ସମ ଭାଗୀ ଓ ସେ ଆର ଆଇ ଓ କିରାଣୀ ଙ୍କ ଶହ ମିଶି ଚାଷୀଙ୍କ ଇନପୁଟ ସବସିଡି ହଡପ କରିଥିବା ଅଭିଯୋଗ ହୋଇଛି | ଆଗାମୀ ଦିନରେ ଦେଖା ଯାଉ ଯେ ବଲାଙ୍ଗୀର ଜିଲ୍ଲାପାଳ ଉକ୍ତ ତହସିଲଦାର ଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲ

Leave A Reply

Your email address will not be published.