ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ରାୟଗଡ ଗସ୍ତ

0 2

ରାୟଗଡ(ସରୋଜ କୁମାର ସାହୁ) : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାୟଗଡା ଗସ୍ତରେ ଆସି ବିଜେପି ଜିଲ୍ଲା କାର୍ଯ୍ୟକର୍ତା ଓ ପଦାଧିକାରୀଙ୍କ ସହ ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତିଙ୍କ ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପ-ସଭାପତି  ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳିନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ବିରଂଚି ତ୍ରିପାଠୀ, ଶରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତି କୋଟିଆ ଗ୍ରାମ ପରିଦର୍ଶନରେ ଆସି ରାୟଗଡ ଠାରେ ରାତ୍ର ଯାପନ କରିବା ସହ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିିଥିଲେ । ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ନଗର ସଭାପତି ଶ୍ୟାମ କୁମାର ଦାଶ, ବିଧାୟକ ପ୍ରାର୍ଥୀ  ବସନ୍ତ ଉଲ୍ଲକା, ସାଧାରଣ ସଂପାଦକ କିଶୋର ପଣ୍ଡା, ପୂର୍ବତନ ସଭାପତି ଶିବ ଶଙ୍କର ଉଲ୍ଲାକା, ବିଦ୍ୟାଭୂଷଣ ପଣ୍ଡା, ଗୋବିନ୍ଦ ଜୈନ, କାଶିପୁର ଯୁବ ନେତା କୃଷ୍ଣ ଗୌଡଙ୍କ ସହ ଆଲୋଚନା କରିଥିଲେ । ପରେ ମା ମଝିଘରିଆଣୀ ମନ୍ଦିର ଦର୍ଶନ କରି  ଦୈନିକ ବଜାରର ପରିବା ବେପାରୀଙ୍କ ସମସ୍ୟା ପଚାରି ବୁଝିଥିଲେ। ଏହା ପରେ କୋଟିଆ ଅଭିମୁଖେ ବାହାରିଥିଲେ ।

 

Leave A Reply

Your email address will not be published.