ରାୟଗଡ ଠାରେ ଯୁବ ଓ ଛାତ୍ର ବିଜେଡିର ମହାସମାବେଶ 

0 2

ରାୟଗଡ(ସରୋଜ କୁମାର ସାହୁ) : ରାୟଗଡ ସହରସ୍ଥିତ ତେଜସ୍ୱୀ ହୋଟେଲ ପଡିଆ ଠାରେ ବିଜେଡି ଯୁବ ଓ ଛାତ୍ର ସମାବେଶର ଅନୁଷ୍ଠିତ  ହୋଇଯାଇଅଛି । ସ୍ଥାନୀୟ ସାଇ ଇଂଟରନ୍ୟାସନାଲ ଛକ ନିକଟରୁ ବିଜେଡି ଯୁବ କର୍ମୀ ମାନେ ଅତିଥିମାନଙ୍କୁ ଏକ ବିଶାଳ ମଟରସାଇକେଲ ରାଲିରେ  ପାଛୋଟି ଆଣିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନ ଓ ପ୍ରଦୀପ ପ୍ରଜ୍ଜଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ରାୟଗଡା ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡେଙ୍ଗା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସମାବେଶରେ ମୁଖ୍ୟ ଅତିଥି ଭାବେ ବିଜେଡି ସାଧାରଣ ସଂପାଦକ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି,ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାଜ୍ୟ ସାଧାରଣ ସଂପାଦକ, ଯୁବ ବ୍ୟାପାର ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତାଦଳ ରାଜ୍ୟ ସଭାପତି ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଭଦ୍ରକ ବିଧାୟକ ସଂଜବୀ କୁମାର ମଲ୍ଲିକ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାୟଗଡ ଜିଲ୍ଲା ସଭାପତି ସୁଧୀର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ଉପ-ସଭାପତି ଲାଲବିହାରୀ ହିମିରିକା, ପୂର୍ବତନ ସାଂସଦ ଝିନ ହିକକା ପ୍ରମୁଖ ଉପସ୍ଥିତ ଥିଲେ । 

ବିଜେଡି ଯୁବ ଓ ଛାତ୍ର ଦଳର ସାଂଗଠନିକ କାର୍ଯ୍ୟଯୋଗୁଁ ରାଜ୍ୟ ତଥା ଜିଲ୍ଲାରେ ଦଳ ଆହୁରି ମଜବୁତ୍ ସ୍ଥିତିରେ ଅଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହା ସହ ଓଡିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନିର୍ମଳ ଭାବମୂର୍ତ୍ତୀ  ଓ ସ୍ୱଚ୍ଛ ଶାସନ ଯୋଗୁଁ ଆଜି ବିଜୁ ଜନତା ଦଳ ୫ ଥର ଲଗାତାର ଓଡିଶାର ଶାସନ ଭାର ସମ୍ଭାଳିଛି ବୋଲି ସେମାନେ ପ୍ରକାଶ କରିଥିଲେ । ଆୟୋଜିତ ସମାବେଶରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲା ଛାତ୍ର ଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ ଅବିନାଶ ବିଷୋୟୀ, ବିନାୟକ ପଲେଇ, ମହିଳା ଜିଲ୍ଲା ସଭାନେତ୍ରୀ ଅନୂସୟା ମାଝି, ରାଜ୍ୟ ଉପ-ସଭାନେତ୍ରୀ ସୁଜାତା ପାଳ, ପୃଥିରାଜୁ ସାହୁ, ଜଗନ୍ନାଥ ନୁଣ୍ଡୃକା, ଗଗନ ଆଚାର୍ଯ୍ୟ, ବିନାୟକ କର, ଓ ବ୍ରଜସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.