ଗାଇସିଲେଟରେ ଓଡିଶା ମୋ ପରିବାର,ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

0 2

ବରଗଡ :- କଥାରେ ଅଛି ରକ୍ତଦାନ ମହତ ଦାନ । ବାସ୍ତବରେ ଯଦି ଜଣେ ରୋଗୀକୁ ଉଚିତ ସମୟରେ ରକ୍ତ ଟିକିଏ ମିଳିଗଲେ ତାର ଜୀବନ ନିଶ୍ଚିତ ଭାବରେ ବିପଦ ମୁକ୍ତ ହେବା ଏଥିରେ ସନ୍ଦେହ ନାହିଁ । ରାଜ୍ୟରେ ରେ ଯେମିତି ରକ୍ତ ଅଭାବରୁ କାହାରି ଜୀବନ ନଯାଉ ସେଥିପାଇଁ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓଡିଶା ମୋ ପରିବାର ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ କେବଳ ରକ୍ତ ସଂଗ୍ରହ ନୁହେଁ , ବରଂ ଯୁବପିଢ଼ିକୁ ରକ୍ତ ଦାନ କେଇବାକୁ ଉତ୍ସାହିତ କରିବା । ଏଥିପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ତରଫରୁ ଗ୍ରାମାଞ୍ଚଳ ମାନଙ୍କରେ ରକ୍ତଦାନ ଶିବିର ଆୟୋଜନ କରି ଯୁବପିଢିକୁ ବାରମ୍ବାର ରକ୍ତ ଦାନ କରିବାକୁ ପ୍ରବର୍ତଇବାର ସଫଳ ପ୍ରୟାସ ଜାରି ରଖିଛି ଓଡିଶା ମୋ ପରିବାର । ଆଜି ଏହି କ୍ରମରେ  ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଜାମୁଟପାଲିରେ ଓଡିଶା ମୋ ପରିବାର,ଜୀବନ ବିନ୍ଦୁ ତରଫରୁ  ଅନୁଷ୍ଠିତ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ପଦ୍ମପୁର ରକ୍ତଭଣ୍ଡାର ଦ୍ବାରା ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଅଂଚଳର ପ୍ରିୟ ନେତା ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଯୋଗଦେଇ ଏହି ଶିବିରକୁ ଫିତାକାଟି ଉଦ୍ଘାଟନ କରିଥିଲେ।ଏଥିରେ ବିଜେପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ରୀତା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ । ରକ୍ତ ଦାନ କରିବାକୁ ଆସିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ମାନ୍ୟବର ମନ୍ତ୍ରୀ ତଥା ବିଧାୟିକା ଉତ୍ସାହିତ କେଇଥିଲେ ।ସମସ୍ତ ରକ୍ତ ଦାତା ଏବଂ ସହଯୋଗୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ମୋ ପରିବାରର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।

Leave A Reply

Your email address will not be published.