ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭ ଉଦଘାଟନ।

0 2

ପଦ୍ମପୁର(ଶାସକ ପ୍ରଶାସକ):ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜମଲା ତରଫରୁ ବରିକେଲ ଉପକେନ୍ଦ୍ର ଠାରେ ଦୀର୍ଘ ସ୍ଥାୟୀ କୀଟନାଶକ ଉପଚାରୀତ ମଶାରୀ ବଣ୍ଟନ ର ଉଦଘାଟନ କରାଯାଇଛି।ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ଙ୍କ କରକମଳରେ ମଶାରୀ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା।ଉପଖଣ୍ଡ ଚିକିତ୍ସାଧିକାରୀ ଡ. ତହସିଲ ସାହୁ ମୁଖ୍ୟ ବକ୍ତା ଭାବରେ ପଦ୍ମପୁର ଅଞ୍ଚଳର ମେଲେରିଆ ପରିସ୍ଥିତି ବିଷୟରେ ବିକ୍ଷତ ଆଲୋଚନା କରିଥିଲେ।ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡ. ସାଧୁଚରଣ ଦାଶ ମେଲେରିଆ କଣ କାହିଁକି ହୁଏ ଏବଂ ମଶାରୀ ଦ୍ବାରା କିପରି ମେଲେରିଆ କୁ ସହଜରେ ଦୂର କରାଯାଇପାରିବ ସେ ବିଷୟରେ ଅଞ୍ଚଳ ବାସୀଙ୍କୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡ. ତ୍ୟାଗରାଜ ସିଂ ଅତିଥି ଙ୍କୁ ସ୍ବାଗତ ଜଣାଇଥିଲେ।ପୋଗ୍ରାମ ଅଫିସର ଶ୍ରୀ ବିଜୟ ସରାଫ ଅତିଥି ପରିଚୟ ପ୍ରଦାନ କରିଥିଲେ।ସେକ୍ଟର ସୁପରଭାଇଜର ଶ୍ରୀ ପଙ୍କଜ ମେହେର କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।ବରିକେଲ ଅଞ୍ଚଳର ୧୫୦ ଜଣଙ୍କୁ ମଶାରୀ ବଣ୍ଟନ କରି ଶୁଭାରମ୍ଭ କରାଯାଇଥିଲା।ଏବଂ ଆଗାମୀ ଦିନରେ ଅନ୍ୟାନ୍ୟ ଅଞ୍ଚଳକୁ ବଣ୍ଟନ କରାଯିବାର ସୂଚନା ରହିଛି।ଶେଷରେ ମେଲଛାମୁଣ୍ଡା ସ୍ବାସ୍ଥ୍ୟ ଅଧିକାରୀ ଡ. ଦେବାଶିଷ ରଥ ଏବଂ ଶ୍ରୀ ଶିବ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.