ବିଜେଡି ସମାବେଶରେ ପୂର୍ବରୁ ହାଟରେ ପଡି ଦାଣ୍ଡରେ ଗଡୁଛି ଦଳୀୟ କନ୍ଦଳ

0 2

ମାଲକାନଗିରି(ବି ଶ୍ରୀନିବାସ ପାତ୍ର):  ମାଲକାନଗିରି ଜିଲ୍ଲାରେ ୧୧ତାରିଖରେ ବିଜୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ନେଇ ଆଜି ସକାଳେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା , ଜିଲ୍ଲା ଯୁବବିଜୁ ଜନତା ଦଳର ସଭାପତି ଆଡମା ରାବା , ଜିଲ୍ଲାସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମିଙ୍କ ସହିତ ଅନ୍ୟ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଆଗାମି ୧୧ତାରିଖ ର କାର୍ଯ୍ୟକ୍ରମକୁ କିପରି ସୁଚାରୁ ରୁପେ ଆୟୋଜନ ହେବ ତାହା ଆଲୋଚନା କରିଥିଲେ । ବୈଠକ ଶେଷ ହୋଇ ଯିବା ପରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲା ବିଜେଡି ଯୁବ ସଭାପତି ଆଡମା ରାବାଙ୍କ ଉପସ୍ଥିତିରେ ଦୁଇଜଣ ବିଜେଡି ଯୁବ ନେତା କୌଣସି କାରଣ ଯୋଗୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ତଥା ବିଜେଡି ମହିଳା କର୍ମୀ ପ୍ରଶାନ୍ତିଲତା ବିଷୋୟୀ ଓ ଅନ୍ୟ ଜଣେ ମହିଳା କର୍ମୀ ଦୁଲାଲି ଥଣ୍ଡରଙ୍କୁ ଆକ୍ଷେପ କରିବା ସହିତ ଗାଳି ଗୁଲଜ ସହ ଅସମ୍ମାନ କରିଥିଲେ ।

 ଏହି କଥା  ତିକ୍ତତାକୁ ନେଇ ଦୁଇପକ୍ଷ ତରଫରୁ ମାଲକାନଗିରି ସଦର ଥାନାରେ ପୃଥକ ଭାବେ ଏଫଆଇଆର ଦିଆଯାଇଛି ।

Leave A Reply

Your email address will not be published.