“ଖାଉଟି ସଚେତନତା ହିଁ ଖାଉଟି ସଶକ୍ତିକରଣ”

0

ଖାଉଟି ସୁରକ୍ଷା ଆଇନ ସଂପର୍କିତ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା

 ଭୁବନେଶ୍ୱର: ଖାଉଟି ଅଧିକାର  ଉଲଂଘନ ହେଲେ ତାହାର ପ୍ରତିକାର ପାଇଁ ଆଇନରେ ସ୍ୱତନ୍ତ୍ର ଖାଉଟି ଅଦାଲତର ବ୍ୟବସ୍ଥା କରାଯାଇଛି |  ଉଚିତ ମୂଲ୍ୟରେ ଉତ୍ତମ ମାନର ଦ୍ରବ୍ୟ ଓ ସେବା  ବଜାରରେ ଉପଲବ୍ଧ ହେବା ଖାଉଟିର ଆଇନଗତ ଅଧିକାର ରହିଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି | 

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଖାଉଟି ସୁରକ୍ଷା ଆଇନ ଏବଂ ତା’ର କାର୍ଯ୍ୟକାରିତା ସଂପର୍କିତ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଖାଉଟି ଅଧିକାର  ଆନ୍ଦୋଳନକୁ ଗ୍ରାମାଞ୍ଚଳକୁ ନେବାର ଆବଶ୍ୟକତା ଦେଖାଦେଇଛିା ଏହି ଆନ୍ଦୋଳନ ମାଧ୍ୟମରେ ଜନସାଧାରଣଙ୍କୁ ଖାଉଟି ଅଧିକାର ବିଷୟରେ ସଚେତନ କରାଯାଇପାରିବା ଖାଉଟି ସଚେତନତା ହିଁ ଖାଉଟି ସଶକ୍ତିକରଣା ଖାଉଟି ବିବାଦଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବ୍ରହ୍ମପୁର ଓ ସମ୍ବଲପୁରଠାରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗଙ୍କର ଦୁଇଗୋଟି ସର୍କିଟ୍ ବେଞ୍ଚରେ ସଦସ୍ୟ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛିା ରାଜ୍ୟରେ ସିଧାସଳଖ ବିକ୍ରିବଟାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ଡାଇରେକ୍ଟ  ସେଲିଂ ଗାଇଡ୍ଲାଇନ୍ସ ଅର୍ଡର-୨୦୧୭ ଜାରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ | କର୍ମଶାଳାରେ ଦୁଇଗୋଟି ବୈଷୟିକ ଅଧିବେଶନ  ଅନୁଷ୍ଠିତ ହୋଇଥିଲା |  ପ୍ରଥମ ଅଧିବେଶନରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା  ଖାଉଟି ଅଦାଲତଗୁଡ଼ିକୁ ସୁଦୃଢ଼ୀକରଣ ପାଇଁ ବିଶଦ ଆଲୋଚନା ଏବଂ ଦ୍ୱିତୀୟ ଅଧିବେଶନରେ ଖାଉଟି ଅଧିକାର ସଚେତନତାକୁ ବ୍ୟାପକ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବିସ୍ତୃତ ଆଲୋଚନା କରାଯାଇ ଆବଶ୍ୟକ ପ୍ରସ୍ତାବ ଗୃହୀତ ହୋଇଥିଲା | ପରେ  ପରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା |  ବିଭାଗୀୟ କମିଶନର ତଥା ଶାସନ ସଚିବ  ଭି.ଭି. ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗର ସଭାପତି ନ୍ୟାୟମୂର୍ତ୍ତି  ବିଜୟ କୃଷ୍ଣ ପଟେଲ, ବିଭାଗର ପରାମର୍ଶଦାତା  ବିଜନ ମିଶ୍ର, ଆଇନ ବିଶେଷଜ୍ଞା ରେଖା ଅଗ୍ରଓ୍ୱାଲ୍, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଏଲ୍ ମାନସିଂ, ଯୋଗଦେଇ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ  ଏହି କର୍ମଶାଳାରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଜିଲ୍ଲା ଖାଉଟି ବିବାଦ  ପ୍ରତିକାର ମଞ୍ଚର ସଭାପତି, ସଭ୍ୟସଭ୍ୟା, ପରାମର୍ଶଦାତା, ଖାଉଟି ସୁରକ୍ଷା କର୍ମୀ ଏବଂ ବିଭାଗୀୟ ବରିଷ୍ଠ ଅଧି କାରୀମାନେ ଯୋଗଦେଇଥିଲେ | ଶେଷରେ ଖାଉଟି ବ୍ୟାପର ନିର୍ଦ୍ଦେଶକ  ଅନନ୍ତ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ  |

ବୈଷୟିକ ଅଧିବେଶନରେ ଆଇନ ବିଶେଷଜ୍ଞା ରେଖା ଅଗ୍ରଓ୍ୱାଲ୍, ଏଲ୍ ମାନସିଂ, ଆମୱାଏ ଇଣ୍ଡିଆର କର୍ପୋରେଟ୍ ବ୍ୟାପର ମୁଖ୍ୟ  ରଜତ ବାନାର୍ଜୀ, ପ୍ରଫେସର ଏମ୍.ଏନ୍ ତି୍ରପାଠୀ ଯୋଗଦେଇ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ  | 

Leave A Reply

Your email address will not be published.