ବୀଣାପାଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ :-ଫଟାଟାଙ୍ଗର ଚମ୍ପିୟାନ।

0 1

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଏଠାରୁ ପନ୍ଦର କିଲୋମିଟର ଦୂରବର୍ତ୍ତୀ ପୁରୁଣାପାଣି ସ୍ଥିତ  ଧକ ଧକି ପଡିଆରେ ବିଣାପାଣୀ କପ ଫୁଟବଲ  ଉଦଯାପିତ ହୋଇଯାଇଛି ।ଏଥିରେ ମୋଟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଲାଡମପାଲି ଓ ଫଟାଟାଙ୍ଗର ଟିମ ଫାଇନାଲ କୁ ଉନ୍ନିତ ହୋଇଥିଲେ । ସଂଘର୍ଷ ପୂର୍ଣ୍ଣ ଖେଳ ରେ ଫଟା ଟାଙ୍ଗର ଟିମ ଚମ୍ପିୟାନ ହୋଇଥିଲେ ।ଉଦଯାପନି  ଉତ୍ସବ ରେ ସ୍ଥାନୀୟ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଫଟାଟାଙ୍ଗର ଏବଂ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ କୁଟୁରାଚୁଆଁ କଲେଜ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଉପ ବିଜେତା ଦଳ ଲାଡ଼ମପାଲି କୁ ଯାଥକ୍ରମେ ସିଲ ,କପ, ଓ ନଗଦ ଅର୍ଥ ରାଶି ଦେଇ ପୁରଷ୍କୃତ କରିଥିଲେ।

  ନେହେରୁ ଯୁବ କେନ୍ଦ୍ର ବ୍ଲକ ସଂଯୋଜକ ସରୋଜ ମେହେରଙ୍କ ସଂଯୋଜନାରେ ଆୟୋଜତି ଏଇ ଉତ୍ସବରେ ସାମ୍ୱାଦିକ ଗଗନ ଶର୍ମା, ବିଜେଡି  ଯୁବ ସଭାପତି ବିଜୁ ସାହୁ ଓ ଆୟୋଜନ କମିଟି ସଭାପତି ଧନେଶ୍ୱର କିସାନ ପ୍ରମୁଖ ଉପସ୍ଥତି ଥିଲେ । ପ୍ରତିଯୋଗୀତା କୁ ରେଫରି ପ୍ରେମ କିଶୋର ବାଘ ଓ ଲକ୍ଷ୍ମୀ ପ୍ରଧାନ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟି କୁ ପୂର୍ବରୁ ଅଧ୍ୟକ୍ଷ  ଶ୍ରୀ ନାୟକ ଓ ସ୍ୱେଚ୍ଛାସେବୀ ଶ୍ରୀ ମେହେର ଉଦଘାଟନ କରିଥିଲେ ।

Leave A Reply

Your email address will not be published.