କରୋନା ବେଳେ ସେବା ଦେଲେ, ଟୀକା ଦେଲା ବେଳେ ମନେ ପଡୁନାହାନ୍ତି 

0 2

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : କରୋନା ବେଳେ ସେବା ଯୋଗାଇଲେ | ସରକାର ଆଗଧାଡିର କୋଭିଡି ଯୋଦ୍ଧା  ବୋଲି କହି ଚାଲିଲେ | ହେଲେ ଏବେ ଟୀକା ଦେଲା ବେଳକୁ ଡାକ୍ତରଙ୍କୁ ଟିକେ ଖବର ବି ଦେଉନାହାନ୍ତି | ଇଏ ପ୍ରଶାସନର କି ପ୍ରକାର ମାନସିକତା !

 ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସରକାରୀ ଡାକ୍ତରଖାନାର ମାତ୍ର 20/25 ମିଟର ଦୂରରେ ନିଜର କ୍ଲିନିକ ଖୋଲି ଆଜିକୁ ପ୍ରାୟ 40 ବର୍ଷରୁ ଊର୍ଦ୍ଧ୍ବ ହେବ ରେଙ୍ଗାଲି ଅଞ୍ଚଳର ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ବରିଷ୍ଠ ଡାକ୍ତର ଅର୍ଜ୍ଜୁନ ନାଏକ(71)ଆଣିଛନ୍ତି ଏପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ | ତାଙ୍କ କହିବା ଅନୁସାରେ “କୋରୋନା ଯୋଦ୍ଧାର ଆଗ ଧାଡିରେ ଥିବା ଡାକ୍ତର, ପୋଲିସ, ଆଶାକର୍ମୀ,ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ଏହି ଗୁରୁତ୍ୱପୂର୍ଣ୍ଣ ଟିକା ଦେବା କଥା | କିନ୍ତୁ ମୁଁ ନିଜେ କୋରୋନାre  ଆକ୍ରାନ୍ତ ହୋଇ ଠିକ ହେଲା ପରେ ମଧ୍ୟ  ଅନ୍ୟ  ଡାକ୍ତର ଭାଇମାନେ ରୋଗି ମାନଙ୍କୁ ଚିକିତ୍ସା ପାଇଁ ଡରୁଥିବା ବେଲେ ମୁଁ ଅଞ୍ଚଳର ସମସ୍ତ ରୋଗୀଙ୍କୁ ସେବା କରି ଆସିଛି। କିନ୍ତୁ ଦୁଃଖର କଥା  ରେଙ୍ଗାଲିରେ ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ କାର୍ଯ୍ୟକ୍ରମ ସରିଯାଇଥିଲେ ମଧ୍ୟ ଆମକୁ କେହି ଖବର ଦେଇ ନାହାଁନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କୁଆଡେ ସମସ୍ତଙ୍କର ନାମ  ପଞ୍ଜିକୃତ କରାଯାଇଛି ବୋଲି କହିଥିଲେ ବୋଲି ଡାକ୍ତର ନାଏକ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଛନ୍ତି | 

http://www.youtube.com/watch?v=gBTp8Lq7wV4 

Leave A Reply

Your email address will not be published.