ପଦ୍ମପୁର-ରାଜବୋଡଡାସମ୍ବର ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ସମ୍ମିଳନୀ ତଥା ଗତ ୨୦୨୦ବର୍ଷ ମଧ୍ୟ ରେ ଅବସର ଗ୍ରହଣ କରି ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତି ବୈଠକରେ ଶିକ୍ଷକ ଶ୍ରୀ ଲଳିତ କୁମାର ଦାଶ ପ୍ରାରମ୍ଭିକ ସୂଚନା ଦେଇଥିଲେ।ପ୍ରଥମ ବୈଠକ ଦହିଗାଁଠାରେ ତଥା ଦ୍ବିତୀୟ ବୈଠକ ପଦ୍ମପୁର ସ୍ଥିତ ପ୍ରାଥମିକ ଶିକ୍ଷକ ଭବନଠାରେ ସଂଘ ସଭାପତି ସଦାନନ୍ଦ ପୁରୋହିତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷ ପରି ଏ ବର୍ଷ ମଧ୍ୟ ଆଡ଼ମ୍ବର ସହାକାରେ ପାଳନ କରିବା, ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଚୟନ କରିବା, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟ ରେ ପୂରି ରହିଥିବା ବିଭିନ୍ନ ପ୍ରକାର କଳାକୁ ସମ୍ମିଳନୀରେ ପ୍ରକାଶ କରିବା,ସଂଘ ତରଫରୁ ଏକ ବାର୍ଷିକ ପତ୍ରିକା ପ୍ରକାଶ କରିବା ତଥା ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟ କରିବା ପ୍ରଭୃତି ବିଷୟରେ ବିଷଦ୍ ଭାବରେ ଆଲୋଚନା ହୋଇଥିଲା। ଉଭୟ ବୈଠକରେ ସତ୍ୟ ପଧାନ, ସଞ୍ଜୟ ପଟେଲ,ହେମନ୍ତ ଛୁରା,ହାଡୁ ବରିହା,ନାରାୟଣ ପାଣ୍ଡେ,ଲିଙ୍ଗରାଜ ସାହୁ, ସୁବାସିନୀ କଣ୍ଟା, ଭାରତୀ ମିଶ୍ର, ହରିପ୍ରିୟା ପାଣିଗ୍ରାହୀ, ଭଗବତୀ ଦେଓ,ସଷ୍ମିତା ଦୋରା,ସିନ୍ଧୁ ସୂତା ସେଠ,ଦଶରଥ ବଡ଼ଗୁଛିଆ,ପୂରନ୍ଦର ଭୋଇ,ରମେଶ ଜଗତ,ସୀତାରାମ ତ୍ରିପାଠୀ ପ୍ରମୁଖ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ସି.ଆର.ସି.ସି.ଉପସ୍ଥିତ ଥିଲେ।ପରବର୍ତ୍ତୀ ବୈଠକ ଜମଲା ଓ ମେଲଚ୍ଛାମୁଣ୍ଡାଠାରେ ଅନୁଷ୍ଠିତ ହେବା ପାଇଁ ସଭାପତି ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post