ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ ଜଣ ଜନ୍ମଗତ ହୃଦରୋଗ ଶିଶୁ ଅସ୍ତ୍ରୋପଚାର ପାଇଁ ଗୁଜୁରାଟ ଗଲେ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ  ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳର ୧୧ ଜଣ ଜନ୍ମଗତ ହୃଦରୋଗ ଆକ୍ରାନ୍ତ ଶିଶୁ ଅସ୍ତ୍ରୋପଚାର ପାଇଁ  ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଗୁଜୁରାଟ ଅଭିମୁଖେ ଯାଇଛନ୍ତି । ସେମାନେ ଏଠାରୁ ୪ ଟି ବୁଲେରୋ ଗାଡି ଯୋଗେ ପଳାସା ବାହାରିଥିଲେ ।

  ଏହି ଅସ୍ତ୍ରୋପଚାର ପାଇଁ ଯିବା କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

  ଏହି ସମୟରେ ଏଡ଼ିପିଏଚଓ(ଏଫଡବ୍ଲ୍ୟୁ) ଡାଃ ଏମଏସ: ମୁନୀର , ଡିଏମଓ(ମେଡିକାଲ) ଡାଃ ପ୍ରମୋଦ କୁମାର ପଣ୍ଡା , ଡିପିଏମ(ଏନଏଚଏମ) ସୌମ୍ୟା ରାଣୀ ଗୌଡ଼ , ଆରବିଏସକେ – ମ୍ୟାନେଜର ଶ୍ରୀ ସାଇ ପ୍ରସାଦ ଦାସ ଏବଂ ଡିଇଆଇସି କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

   ଜନ୍ମଗତ ହୃଦରୋଗ ଆକ୍ରାନ୍ତ ଶିଶୁମାନେ , ସେମାନଙ୍କ ଜଣେ ଘର ମୁରବି ମାଆ କି ବାପାଙ୍କ ସହିତ ଏଠାରୁ ୪ଟି ବୁଲେରୋ ଗାଡି ଯୋଗେ ପଳାସା ଯାଇଥିଲେ । ସେଠାରୁ ସେମାନେ ପ୍ରଶାନ୍ତି ଟ୍ରେନ ଯୋଗେ ଭୁବନେଶ୍ୱର ଯାଇ ସେଠାରୁ ପୁରୀ-ଅହମ୍ମଦାବାଦ ଟ୍ରେନ ଯୋଗେ ଅହମ୍ମଦାବାଦ ଯାଇଛନ୍ତି । 

  ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳରେ ମୋବାଇଲ ହେଲଥ ଟିମ ଜରୀଆରେ (୦-୧୮) ବର୍ଷ ବୟସର ପିଲାମାନଙ୍କ ଶାରୀରିକ ପରୀକ୍ଷା କରାଯାଇ ସେମାନଙ୍କ ହୃଦରୋଗ ସମସ୍ୟା କେଶ ଗୁଡିକୁ ଚିହ୍ନଟ କରି ଡିଇଆଇସି ଜରିଆରେ ଗୁଜୁରାଟ ରାଜ୍ୟର ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ  ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ନିମନ୍ତେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ କରାଯାଉଛି ।

ରାଜ୍ୟର ଏନଏଚଏମ – ନିର୍ଦ୍ଦେଶିକା ଶାଲିନି ପଣ୍ଡିତ ଏବଂ ରାଜ୍ୟ ଆରବିଏସକେ: ସେଲର କନସୁଲଟଣ୍ଟ ଏବଂ ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର ଗଜପତି  ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହଯୋଗରେ ପିଲାମାନଙ୍କୁ ସଫଳତାର ସହିତ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଛି ।

  ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ ,  ଜିଲ୍ଲାର ୧୧ ଜଣ ଶିଶୁ  ଯେଉଁମାନେ କି  ଜନ୍ମରୁ ହୃଦରୋଗରେ ଆକ୍ରାନ୍ତ ଅଛନ୍ତି , ସେମାନଙ୍କୁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ହସ୍ପିଟାଲକୁ  ପଠାଯାଉଛି ଅସ୍ତ୍ରୋପଚାର ପାଇଁ ।

  ଆର୍ ବି ଏସ୍ କେ ମାଧ୍ୟମରେ ସେମାନଙ୍କୁ ଏଠାରେ ସ୍କ୍ରିନିଂ କରାଯିବା ସହ କଟକରେ ଇକୋ କରାଯାଇଛି । ତାପରେ ସେମାନଙ୍କ ଅପରେସନ ପାଇଁ ଅହମ୍ମଦାବାଦ ପଠାଯାଉଛି । ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ଯଥା:-ଅପରେସନ ଖର୍ଚ୍ଚ ସମେତ  ଯିବା-ଆସିବା , ରହିବା , ଖାଇବା ଏବଂ ସେମାନଙ୍କ ସହିତ ଜଣେ ଲେଖାଏଁ ଯାଇଥିବା ଏଭଳି ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।

  ଏଠାରୁ  ମୋଟ ୨୫ ଜଣ ଯାଇଛନ୍ତି । ରୋଗୀ ଓ ଅଭିଭାବକ ମାନଙ୍କ ସହିତ ଏଠାରୁ ଗୋଷାଣୀର  ଆୟୁଷ ମେଡିକାଲ ଅଫିସର ଡାଃ ମିଳନ କୁମାର ଅଧିକାରୀ ଏବଂ ଏନ୍ ଆଇ ସି ଷ୍ଟାଫ ଶ୍ରୀ ଋତୁ ବନ୍ଧୁ ନାୟକ ଗ୍ରସ୍ତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.