ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦିଲ୍ଲୀ ଫେରନ୍ତା କଣ୍ଟିଜେଣ୍ଟ ଲିଡ଼ର ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧନା

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଆୟୋଜିତ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବା ନିମନ୍ତେ  ବାରିପଦା ସହରର ତଖତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ମନୋନୀତ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତିରଞ୍ଜନ ଦାସ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଦୀପକ କୁମାର ଗିରି ଦିଲ୍ଲୀ ଯାଇଥିଲେ । ସେଠାରେ ଦୀର୍ଘ ଏକ ମାସର ରହଣି ସମୟରେ ପ୍ୟାରେଡ଼ ନିମନ୍ତେ ଅଭ୍ୟାସ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତାକର୍ଷକ ପ୍ରଦର୍ଶନ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହେବା ସାଙ୍ଗକୁ ମୟୂରଭଞ୍ଜ ଜିଲ୍ଲାର ଗାରିମାକୁ ବୃଦ୍ଧି କରାଇଥିଲେ । ବିଶେଷ କରି ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରତ୍ୟେକ ଦିବସରେ ଜାତୀୟ ଜନନାୟକ, ମହାପୁରୁଷମାନଙ୍କର ଫଟୋଚିତ୍ରକୁ ଆକର୍ଷଣୀୟ ଶୈଳୀରେ ଅଙ୍କନ କରିବା ସାଙ୍ଗକୁ ବିଭିନ୍ନ ପ୍ରାକୃତିକ ଦୃଶ୍ୟ ଅଙ୍କନ କରି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଇଥିଲେ ଏବଂ ଯୁବ ମନ୍ତ୍ରଣାଳୟ ଦ୍ୱାରା ଇଣ୍ଟରନେସନାଲ ୟୁଥ ହଷ୍ଟେଲର ଆଜୀବନ ସଦସ୍ୟ ହେବାର ସୁଯୋଗ ପାଇଥିଲେ । ଏମାନେ ଆଜି ଜିଲ୍ଲାକୁ ଫେରି ଆସିବା ପରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଝରଣା ବେହେରା ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ  କରାଇଥିଲେ । ଏହି ଅବସରରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡଃ ପ୍ରଦୀପ କୁମାର ଉପାଧ୍ୟାୟ, ଡଃ ମୁକ୍ତିକାନ୍ତ ପଣ୍ଡା, ଡଃ କୈଳାଶ ଚନ୍ଦ୍ର ମିଶ୍ର, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଆଲବର୍ଟିନା ତିର୍କୀ, ଡଃ ଅନାମ ଚରଣ ରାଉଳ, ଡ଼ଃପ୍ରିୟବ୍ରତ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହିଥିଲେ । 

Leave A Reply

Your email address will not be published.