ଟ୍ରେନ ପଟରିରେ କଟି ଯୁବକଙ୍କ ଆତ୍ମହତ୍ୟା

0 2

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):    ସମ୍ବଲପୁର କ୍ଷେତରାଜପୁର ରେଲୱେ ଷ୍ଟେସନ ନିକଟସ୍ଥ ଠାକୁର ପଡା ଓଭରବ୍ରିଜ ନିକଟ ରେଲୱେ ପଟରିରେ ଜଣେ ଯୁବକ ଭୋର 4ଟା ସମୟରେ ଆତ୍ମହତ୍ୟା କରିଥିବା ଜିଆରପି ସୁତ୍ରରୁ ଜଣାପଡିଛି। ସୂଚନା ଅନୁଶାରେ ସମ୍ବଲପୁର ଠାକୁର ପଡାର ମାନୁ ମେହେର(30) ସମ୍ବଲପୁର ର କୌଣସି ସ ମିଲରେ କାମକରନ୍ତି। ଗତ କାଲି କାମ ସାରି ଘରକୁ ଗଲାପରେ ଚା ବନାଇ ତାଙ୍କ ଶର୍ଯ୍ଯାସାୟି ମାଁଙ୍କୁ ଚା ପିଇବାକୁ ଦେଇ ଭୋର ସମୟରୁ ଘରୁ ବାହାରି ଆସି ରେଲୱେ ଟ୍ରାକରେ ଆତ୍ମ କରିଥିଲେ। ମୃତ ମାନୁଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କ ପତ୍ନୀ ଦୁଇ ଦିନ ପୂର୍ବରୁ କୌଣସି କାମ ପାଇଁ ଝିଅକୁ ଧରି ବଲାଙ୍ଗୀର ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।  ମାନୁଙ୍କର ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ପୋଲିସ ଶବକୁ ଯବତ କରି ବ୍ୟବଚ୍ଛେଦ  ପାଇଁ ବୁର୍ଲା ଭିମସାର ଡାକ୍ତର  ଖାନାକୁ ପଠାଇ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ  ଆରମ୍ଭ କରିଛନ୍ତି।

Leave A Reply

Your email address will not be published.