ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରି କରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫର ସଚେତନତା କାର୍ଯ୍ୟକ୍ରମ 

0 2

ରାୟଗଡ(ସରୋଜ ସାହୁ)  ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରି କରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫର ମିଳିତ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ପ୍ରତିଯୋଗିତା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଛି। ରାୟଗଡ଼ ଜିଲ୍ଲାର ୧୧ ଟି ବ୍ଲକ ର ୧୧୦ ଟି ବିଦ୍ୟାଳୟରେ ଅକ୍ଟବର  ୧୫ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କଲ୍ୟାଣସିଂହପୁର ବ୍ଲକ ରେ ଜାନୁୟାରୀ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏଇ ସଚେତନ କାର୍ଯ୍ୟକ୍ରମ ଫେବୃଆରୀ ମାସର ୦୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତମାନ ପର୍ଯ୍ୟନ୍ତ ସିଙ୍ଗାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , କତାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଧାମୁଣିପାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଲ୍ୟାଣସିଂହପୁର, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ସୁଳିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଝିଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ବୁଡାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ଏଇ କାର୍ଯ୍ୟକ୍ରମ ହୋଇ ଯାଇଛି। ସି ଆର୍ ସିସି ଙ୍କ ମଧ୍ୟରେ ଶ୍ରୀ ପ୍ରଫୁଲ୍ଲ ସଢ଼ଙ୍ଗି , ଶ୍ରୀ ଧନେଶ୍ଵର ଯାନି , ଶ୍ରୀ ସୁଶିଲ କୁମାର ମହାପାତ୍ର, ଶ୍ରୀ ରମେଶ ବିଡ଼ିକା, ପ୍ରଫୁଲ୍ଲ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ଦେବା ସହ ସୁଚାରୁ ରୂପେ ପ୍ରତିଯୋଗିତା କରାଇ ଥିଲେ। ଭାରତ ଜ୍ଞାନ ବିଜ୍ଞାନ ସମିତିର କଲ୍ୟାଣସିଂହପୁର ବ୍ଲକ ସଜୋଯୋକ ଶ୍ରୀ ସନ୍ତୋଷ କୁମାର ବଛା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ପ୍ରଥମେ ହାତଧୁଆ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ଏଇ  ସଚେତନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ହାତଧୁଆ କାର୍ଯ୍ୟକ୍ରମ ହେବାପରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଚିତ୍ରାଙ୍କନ , କୁଇଜ୍ ଓ ରଚନା ପ୍ରତିଯୋଗିତା କରା ଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଚୟନ କରି ପୁରସ୍କୃତ ବିତରଣ କରାଯାଇଥିଲା। କୋଭିଡ୍-୧୯ ହେତୁ ବିଦ୍ୟାର୍ଥୀ ମାନେ ଅନେକ ଦିନ ଘରେ ରହିଯାଇଥିଲେ ବର୍ତ୍ତମାନ ବିଦ୍ୟାଳୟକୁ ଆସି ତାଙ୍କୁ ପାଠ୍ୟକ୍ରମ ସହ ମାନସିକ ସ୍ତରରେ ଆକୃଷ୍ଟ କରି ଯୋଡ଼ି ସ୍ୱଚ୍ଛ ବିଦ୍ୟାଳୟ ଓ ସ୍ୱଚ୍ଛ ପରିବେଶ ପାଇଁ ସଚେତନ କରିବା ଏଇ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି ।

Leave A Reply

Your email address will not be published.