ରହେଞ୍ଚୁଆ ରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସଜବାଜ। 

0 2

ଟିଟିଲାଗଡ, ( ଗୌରବ ଦର୍ଜୀ)- ତେନ୍ତୁଳୀଖୁଣ୍ଟି ନିକଟରେ ଖରାଳୀ ଗ୍ରାମରେ ପ୍ରକୃତିରେ ଭରା ହୋଇଥିବା ସୌନ୍ଦର୍ଯ୍ୟରେ ପରିପୂର୍ଣ ଥିବା ପାହାଡ ତଥା ଋଷି ଗୁମ୍ଫା ବ୍ରାହ୍ମଣୀ ପାହାଡ଼ ରାହେଞ୍ଚୁଆ ନାମରେ ବେଶ ପରିଚିତ ।  ପ୍ରାୟ 25 ବର୍ଷ ପୁରୁଣା ମନ୍ଦିର ଯାହା ଏହି ଅଂଚଳର ଏକ ପର୍ଯ୍ୟଟନ ସ୍ଥଳୀ ନାମରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରିଛି । ହେଲେ ବର୍ତମାନ ପର୍ଯ୍ୟନ୍ତ ଏହି ସ୍ଥାନକୁ କୌଣସି ପ୍ରକାର ସରକାରୀ ଅନୁଦାନ ମିଳି ନାହିଁ, ଯାହା ଫଳରେ ଲୋକ ଲୋଚନକୁ ଆସିପାରି ନାହିଁ । ତେଣୁ ଅନେକ ଦିନର ଅଧୁରା ସ୍ବପ୍ନ କୁ ସାକାର କରିବା ପାଈଁ ଏହି ଅଂଚଳର ସମସ୍ତଙ୍କ ଉଦ୍ୟମ ରେ  ତଥା ବାବା ଧବଳେଶ୍ୱର ଙ୍କର  ଆଶୀର୍ବାଦ ରୁ ଓ ସ୍ୱାମୀ ମୁରଲୀଧର ନନ୍ଦ ଙ୍କ ଶୁଭ ଆଶୀର୍ବାଦ ରୁ ଏହି ଅଞ୍ଚଳ ର ସାଧାରଣ ଜନତାଙ୍କ ଆପ୍ରାଣ ଉଦ୍ୟମ ରୁ ଏହି ମନ୍ଦିର ନିର୍ମାଣ ପାଈଁ ଗୁରୁବାର ଦିନ  ଭୂମି ପୂଜନ କରି ବହୁ ମାନ୍ୟ ଗଣ୍ୟ ଅତିଥି ମାନଙ୍କ ଦ୍ୱାରା ଶିଳାନ୍ୟାସ କରାଗଲା । ଏହି ପବିତ୍ର ଉତ୍ସବ ରେ  ମୁରୀବାହାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ହଂସରାଜ ଜୈନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।  ଅନ୍ୟା ଅତିଥି ମାନଙ୍କ ମଧ୍ୟ ରେ ମୁରିବାହାଲ ବ୍ଲକ ଉପା ଧ୍ୟକ୍ଷ ଶ୍ରୀମତି ସୁନ୍ଦର ମତି ବାଗ, ତେନ୍ତୁଳୀଖୁଣ୍ଟି ସରପଞ୍ଚ ଶ୍ରୀ କାଶୀନାଥ ଭୋଇ, ବିତାବନ୍ଧ ସରପଞ୍ଚ ଶ୍ରୀ  ଅଗସ୍ତି ବାଗ, ମାଲିସିରା ସରପଞ୍ଚ ଶ୍ରୀ ଡୋଲମଣି ବାଗ  ସହ  ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ଶିବ ମନ୍ଦିର ଉନ୍ନୟନ କମିଟି ର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମ କର୍ତା । ଏହିଦିନ  ସମସ୍ତଙ୍କ ଆର୍ଥିକ ସାହାଯ୍ୟ କାମନା କରାଗଲା ଓ ସମସ୍ତ ପଦାଧିକାରୀ ବ୍ୟକ୍ତି ଗଣ ମନ୍ଦିର ନିମନ୍ତେ ଆର୍ଥିକ ଅନୁଦାନ ଦେବା ପାଈଁ ପ୍ରତିଶୃତି ଦେଇଛନ୍ତି।  କିପରି ଭାବେ ଏହା  ବଲାଙ୍ଗୀର ଜିଲ୍ଲାରେ ଏକ ସୁପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହେବ ସେଥି ପାଈଁ ସମସ୍ତେ ବକ୍ତବ୍ୟ ରଖିଥିଲେ । ଏହି ଅଞ୍ଚଳ ର  ସମସ୍ତଙ୍କର ଆଶା ଓ ବିଶ୍ୱାସ ନିଶ୍ଚିତ ରୂପେ ବହୁ ପ୍ରତିକ୍ଷିତ ରହେଞ୍ଚୁଆ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ ହେବା ବୋଲି ଭକ୍ତଙ୍କର ଦୃଢ ବିଶ୍ୱାସ ।

Leave A Reply

Your email address will not be published.