ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ପ୍ର.ପୃଷେଠ

0

  ପ୍ରଫେସର ନାରାୟଣ ପୃଷେଠଙ୍କ ୭୫ ତମ ଜୟନ୍ତୀ, ‘ଚେତନାର ଦିଗବଳୟ’ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିରରୁ ନିରୋଜ ମିଶ୍ର –   ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରିବା କ୍ଷେତ୍ରରେ କାର୍ପଣ୍ୟ କରୁ ନ ଥିବା ବ୍ୟକ୍ତି ନିଶ୍ଚିତ ଜଣେ ସୁମଣିଷ । ଏଭଳି ଜଣେ ସତ ଚରିତ୍ରବାନ ପୁରୁଷ ଥିଲେ ଦିବଂଗତ ସାରସ୍ୱତ ସ୍ରଷ୍ଟା ପ୍ରଫେସର ଡ. ନାରାୟଣ ପୃଷେଠ । ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବୁଧବାର ସନ୍ଧ୍ୟାରେ ପ୍ରଫେସର୍ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ୭୫ତମ ଜୟନ୍ତୀ ପାଳନ ଅବସରରେ ଅତିଥି ପ୍ରଫେସର ଡ. ମଧୁସୂଦନ ପତି ମତ ବ୍ୟକ୍ତ କରିଥିଲେ । ନାରାୟଣ ପୃଷେଠ ସ୍ମୃତି କମିଟି ଓ ସ୍ୱୟଂସିଦ୍ଧା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରଫେସର ମଣିନ୍ଦ୍ର ମେହେର ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଯୋଗ ଦେଇ ଜଣେ ପ୍ରତିଭାବାନ, ବାଗ୍ମୀ ଭାବରେ ପ୍ରଫେସର ନାରାୟଣ ପୃଷେଠ ଅନେକ ସୁନାମ ଅର୍ଜନ କରିଥିବା ବେଳେ ସାମ୍ପ୍ରତିକ ଜନଜୀବନକୁ ନେଇ ତାଙ୍କ ଲେଖନୀ ସର୍ବଦା ଚିର ଚଳଚଞ୍ଚଳ ଥିଲା । ସ୍ମୃତି କମିଟିର ଆବାହକ ବିରେନ୍ଦ୍ର ଝାଙ୍କର ସ୍ୱାଗତ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ  ସମ୍ପର୍କରେ କହିଥିବା ବେଳେ ଅନ୍ୟତମ ଆବାହକ ସନ୍ଦୀପ କୁଅଁର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ଅତିଥିଙ୍କୁ ପ୍ରଫେସର ପୃଷେଠଙ୍କ ପୁଅ ଡ. ସୁଜିତ ପୃଷେଠ ଅଙ୍ଗ ବସ୍ତ୍ର ଦେଇଥିଲେ । ଏହି ଅବସରରେ ଅତିଥି ମାନେ ପ୍ରଫେସର ପୃଷେଠଙ୍କ ରଚିତ ‘ଚେତନାର ଦିଗବଳୟ’ ପୁସ୍ତକକୁ ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣବନ୍ଧୁ ନାଏକ ବେଦପାଠ କରିଥିବା ବେଳେ ଡ. ଗୋପବନ୍ଧୁ ରଥ ପ୍ରଫେସର ପୃଷେଠଙ୍କ ଉଦ୍ଦେଶ୍ୟରେ ଉର୍ଦ୍ଧୁ କବିତା ପାଠ କରିଥିଲେ । ଶେଷରେ ଡ. ଶୁଶିଲ ବାଗ ଧନ୍ୟବାଦ ଦେଇଥିଲେ । 

 

Leave A Reply

Your email address will not be published.