ପୂଜ୍ୟପୂଜା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନର ଅଭିନବ ପ୍ରୟାସ

0 2

ଶୁଭାରମ୍ଭ ହେଲା ”ଆମ ଇତିହାସ- ଆମ ସମ୍ମାନ” ଅଭିଯାନ  

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଆମ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ବର୍ଷରେ ଥରେ ସଫା ହୋଇ ସ୍ମୃତିଚାରଣ କରାଯାଏ |  ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଛି । ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଗଠନ ହୋଇଛି ”ଆମ ଇତିହାସ- ଆମ ସମ୍ମାନ” |  ଆଉ ଅବହେଳିତ ହେବେନି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି , ସପ୍ତାହରେ ଗୋଟିଏ ଦିନ ରାଜଧାନୀର ସମସ୍ତ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ କରାଯିବ ।  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାପରୁଷ ପ୍ରତିମୂର୍ତ୍ତି ସ୍ଥଳର ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନ ” ତରଫରୁ ”ଆମ ଇତିହାସ- ଆମ ସମ୍ମାନ” ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ମହାପରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପ ମାଳ ଦେଇ ସ୍ମୃତିଚାରଣ କରାଯାଇଥିଲା । ଆଗାମୀ ଦିନରେ ଛାତ୍ର ସଙ୍ଗଠନ ତରଫରୁ ରାଜଧାନୀର ସମସ୍ତ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶ ରାଜ ସ୍ବାଇଁ, ଛାତ୍ର ନେତା ଶ୍ରୀ ମନୋରଞ୍ଜନ ସ୍ବାଇଁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଅରୁପ ଶ୍ରୀଚନ୍ଦନ, ଶ୍ରୀ ଶୁଭମ ସ୍ବାଇଁ, ସଚିକାନ୍ତ ସ୍ବାଇଁ, ସିମ୍ରନ ସିଂ ରାଜପୁତ, ଶାଶ୍ୱତୀ ସୋମ୍ୟା ମିଶ୍ର, ସୁଚିସ୍ମିତା ବେହେରା, ସନ୍ତୋଷ ବେହେରା, ସନ୍ତୋଷ ମାଝୀ, ରୁଦ୍ର ପଟ୍ଟନାୟକ, ମିର ଅଵଦୁଲ ମହମ୍ମଦ , ଉମର ଶେଖ ମହମ୍ମଦ ହାନିଫ , ଗଙ୍ଗାରାମ ତାନି, ଆଶୀର୍ବାଦ ଜାଲି, ସୁପ୍ରିୟ ରଞ୍ଜନ ବରାଳ , ଶୁଧାଂଶୁ ଶେଖର ,ଦିନେଶ ବରାଇ ପରିଚାଳନା କରିଥିଲେ |

Leave A Reply

Your email address will not be published.