ସଡକ ସୁରକ୍ଷା ମାସ : ୩୦ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା 

0 2

କଳାହାଣ୍ଡି /ତୁଳମଣି ନାଗ ( ଶାସକ ପ୍ରଶାସକ) ପୋଲିସ୍, ଆରଟିଓ ଏବଂ ପ୍ରଶାସନ ଦ୍ଵାରା ସଡକ ସୁରକ୍ଷା ମାସ ପାଳନ କରାଯାଇଅଛି। ଉଦଯାପନୀ  ସମାରୋହର ଏକ ଅଂଶ ଭାବରେ, ସମଗ୍ର ଜିଲ୍ଲାରେ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା |  ଯେଉଁମାନେ କି କୌଣସି  ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା କିମ୍ବା ଚିକିତ୍ସାର ସୁବିଧା କରିଦିଅନ୍ତି, ସେଭଳି କିଛି ଲୋକଙ୍କୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇଥିଲା | ପ୍ରତ୍ୟେକ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଏବଂ ପ୍ରଶାସନ ଦ୍ୱାରା ଏକ ପ୍ରଶଂସା ପତ୍ର ଦିଆଯାଇଅଛି | ସେମାନଙ୍କୁ ସାକ୍ଷୀ ହେବାପାଇଁ ପୋଲିସ  କଦାପି ଡାକିବେ ନାହିଁ, ଯେ ପର୍ଯ୍ୟନ୍ତ ସେମାନେ ନିଜେ ନ ଚାହିଁବେ  | ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ଯଦି ନିଜ ନାମ ଡାକ୍ତରଙ୍କୁ ଜଣାଇବାକୁ ନାଚାହେଁ, ତେବେ ଡାକ୍ତରଙ୍କ ଦ୍ଵାରା ମଧ୍ୟ ପଚରାଯିବ ନାହିଁ। ସମୁଦାୟ  ୩୦ ଜଣ ଉତ୍ତମ ସାହାଯ୍ୟକାରି ବ୍ୟକ୍ତିଙ୍କୁ ପ୍ରଶାସନ ଦ୍ୱାରା ଚିହ୍ନଟ କରାଯାଇ ସମ୍ମାନିତ କରାଯାଇଥିଲା |   ସେମାନଙ୍କ ମଧ୍ୟରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳର ସାଧାରଣ ଜନତା ଏବଂ ୧୦ ଜଣ ପୋଲିସ କର୍ମଚାରୀ (୮ ହୋମ ଗାର୍ଡ ଏବଂ ୨ OAPF) ସାମିଲ ଥିଲେ | ଆଜି ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିମାନେ  ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନେବାରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛନ୍ତି। ଏହି କାର୍ଯ୍ୟକ୍ରମରେ  କଳାହାଣ୍ଡି ଏସ୍ ପି  ଶ୍ରବଣ ବିବେକ ଏମ୍,ଏଡିଏମ,ଆର୍ ଟି ଓ, ଏମ୍ ଭି ଆଇ, ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏବଂ ଆରଟିଓ ଅଫିସର କର୍ମଚାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.