ଓଡିଶା ସ୍କିଲ ଡ଼େଭଲପମେଣ୍ଟ ଅଧ୍ଯକ୍ଷଙ୍କ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ର ପରିଦର୍ଶନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ୍ ନିକଟସ୍ଥ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରକୁ ମଙ୍ଗଳବାର ଦିନ ଦିନିକିଆ ଗ୍ରସ୍ଥରେ ଆସିଥିଲେ ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ। ସେ ପୂର୍ବାହ୍ନରେ ତାଲିମ କେନ୍ଦ୍ରରେ ପହଞ୍ଚି ଉପସ୍ଥିତ ଆଇଟିଆଇ ଅନୁଷ୍ଠାନର  ଅଧ୍ୟକ୍ଷ ଜଗଦିଶ ହାଇବୃ,ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଏଆଇଟିଡ଼ିଏ ସରୋଜ ବେହେରା, ବିଡିଓ ବଂଶୀଧର ଖୋସ୍ଲା, ତହସିଲଦାର କଲ୍ୟାଣୀ ସଙ୍ଘ ମିତ୍ରା ଦେବୀ, ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ତ୍ରିପାଠୀଙ୍କୁ ଗଜପତି ଜିଲ୍ଲାରେ କୁଶଳୀ କାରିଗର ସୃଷ୍ଟି କରିବା ଓ ଗଢିବା , କର୍ମନିଯୁକ୍ତି ଯେଭଳି ସମସ୍ତେ ପାଇପାରିବେ ସେଥିପାଇଁ ଚେଷ୍ଟା କରିବା , ଅଣକୁଶଳୀ ମାନେ ଯେପରି ବାହାର ରାଜ୍ୟକୁ ଯାଇ କାମ ନକରି ନିଜ ଜିଲ୍ଲା ଭିତରେ କାମ କରିବେ ସେଥିପ୍ରତି ଦୃଷ୍ଟି ଦେବା , ନାବାଳିକାମାନେ ଯେପରି ବାହାର ରାଜ୍ୟକୁ ଯାଇ ନିର୍ଯ୍ୟାତିତ ନ ହୁଅନ୍ତି ଏବଂ ନାବାଳିକା ଚାଲାଣକୁ ରୋକିବା ଉପରେ ଗୁରୁତ୍ବାରୋପ କରିଥିଲେ। ବାହାର ଜିଲ୍ଲାକୁ ଯାଇ ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ୧୦ ଜଣ ଛାତ୍ର/ଛାତ୍ରୀଙ୍କୁ ଶ୍ରୀ ବାଗଚୀ ମାନପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.