ଗୁଣୁପୁର (ଶାସକ ପ୍ରଶାସକ) : ଅନୁସୂଚିତ ଜାତି ଓ ଜନଜାତି ସଙ୍ଗଠନର ଅଖିଳ ଭାରତୀୟ ପରିସଂଘ ପକ୍ଷରୁ ଶ୍ରୀ ମାଧବ ବିଡିକାଙ୍କୁ ରାୟଗଡା ଜିଲ୍ଲା ଶାଖାର ସଭାପତି ଭାବେ ନିଯୁକ୍ତି କରାଯାଇ ଥିବା ନେଇ ଓଡ଼ିଶା ରାଜ୍ୟ ଶାଖା ସଂଘ ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କୁ ରାଜ୍ୟ ସଭାପତି ଶ୍ରୀ ସୁଧୀର କୁମାର ଖଣ୍ଡା ଅବଗତ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା sp/odisha /2021/03(10 ) ତା : 03/01/21 କ୍ରମେ ଶ୍ରୀ ବିଡିକାଙ୍କ ନିଯୁକ୍ତି ଖବର ଅବଗତ କରାଇ ସେ ସଂଗଠନର ଜିଲ୍ଳା ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଲିଖିତ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ବିଡିକାଙ୍କ ଏହି ନିଯୁକ୍ତିକୁ ସାଧାରଣରେ ସ୍ୱାଗତ କରିବା ସହ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଛୁଟୁଛି ।ଏକ ସୁଦୃଢ଼ ସଙ୍ଗଠକ ଭାବେ ଶ୍ରୀ ବିଡିକା ଏହି କାର୍ଯ୍ୟ ଭାର ତୁଲାଇ ପାରିବେ ବୋଲି ହରିଜନ ଓ ଆଦିବାସୀ କୂଳର କିଛି ନେତୃ ବୃନ୍ଦ ମତ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.