ସିଲ ହେଲା ଏକ୍ସିସ୍ ବ୍ୟାଙ୍କ।

0 1

ଟିଟିଲାଗଡ,( ଗୌରବ ଦର୍ଜୀ  )-ଆଜି ଟିଟିଲାଗଡ ପୌର ପରିଷଦ ସିଲ୍ କରିଛି ଟିଟିଲାଗଡ ସହର ମଧ୍ୟସ୍ଥ ଏକ୍ସିସ୍ ବ୍ୟାଙ୍କ କୁ। ଟିଟିଲାଗଡ ସହର ର ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହର ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା କୁ ଲାଗି ରହିଛି। ସହର ମଧ୍ୟରେ  ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରେ ଲାଗିଛି। ଏହାକୁ ନଜର ରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ତଥା ଟିଟିଲାଗଡ ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୋମେଶ ଉପାଧ୍ୟାୟ ଗତ ୨୦୨୦ ମସିହା ଡିସେମ୍ବର ୫ ତାରିଖରେ ଏକ୍ସିସ୍ ବ୍ୟାଙ୍କ କୁ ନୋଟିସ କରିଥିଲେ। ଏକ୍ସିସ୍ ବ୍ୟାଙ୍କ ଥିବା ସ୍ଥାନ ର ମାଲିକ  ଟିଟିଲାଗଡ ପୌରପରିଷଦ ରୁ ପାର୍କିଂ ସ୍ଥଳ ପାଇଁ ଅନୁମତି ଆଣି ସେଠାରେ ବ୍ୟାଙ୍କ ସ୍ଥାପନ କରିଥିଲେ। କିନ୍ତୁ ପାର୍କିଂ ର କୌଣସି ସୁବିଧା ନଥିବାରୁ ଗ୍ରାହକ ଓ କର୍ମଚାରୀ ରାସ୍ତା ଉପରେ ଯାନବାହାନ ରଖି ବ୍ୟାଙ୍କ କୁ ଯାଉଥିଲେ। ଯାହାଫଳରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଇଥିଲା। ତେଣୁ ଟିଟିଲାଗଡ ପୌରପରିଷଦ ତରଫରୁ ବ୍ୟାଙ୍କ କୁ ଏକ ମାସ ମଧ୍ୟରେ ପାର୍କିଂ ସ୍ଥାନ ତିଆରି କରିବା ପାଇଁ କିମ୍ବା ବ୍ୟାଙ୍କ କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବ୍ୟାଙ୍କ କତୃପକ୍ଷ କୌଣସି ସମାଧାନ ନ କରିବାରୁ ଆଜି ଟିଟିଲାଗଡ ଉପଜିଲ୍ଲାପାଳ  ଓ ଟିଟିଲାଗଡ ପୋଲିସ ଙ୍କ ତତ୍ତ୍ଵାବଧାନରେ ପୌରପରିଷଦ ବ୍ୟାଙ୍କ କୁ ସିଲ୍ କରିଥିବା ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏହା ସହ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମଧ୍ୟ ଟ୍ରାଫିକ ସମସ୍ୟା ହେଉଥିବାରୁ ବ୍ୟାଙ୍କ କତୃପକ୍ଷ ଙ୍କୁ ସମସ୍ୟା ର ସମାଧାନ ପାଇଁ ଚେତାବନୀ ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ।

Leave A Reply

Your email address will not be published.