ସାବାସ ଅଶୋକ : ସତରେ, ଯିଏ ଅଙ୍ଗେ ନିଭେଇଛି ସିଏ ଵୁଝିବ

0

ବଲାଙ୍ଗୀର/ ସ୍ୱତନ୍ତ୍ର ପ୍ରତିନିଧି :  ପୁଣି ଚର୍ଚ୍ଚାରେ ଖପ୍ରାଖୋଲ ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗର ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ଅଶୋକ କୁମାର ଦାସ, ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ବୈଲୋଚନ କୁ ବଢ଼ାଇଲେ ସହାୟତା ର ହାତ | ଘଟଣାଟି ଦେଖିବାକୁ ମିଳିଛି ପାଟଣାଗଡ ରୁ ଖପ୍ରାଖୋଲ ରାସ୍ତା ମଝିରେ ମାଟିଖାଇ ଗାଁ ବସଷ୍ଟାଣ୍ଡ ନିକଟରେ | ଖପ୍ରାଖୋଲ ବ୍ଲକ ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗରେ କାର୍ଯ୍ୟରତ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ଅଶୋକ କୁମାର ଦାସ ଖପ୍ରାଖୋଲ ବ୍ଲକ ରେ କାର୍ଯ୍ୟରତ ଅନ୍ୟ ବିଭାଗର ଜଣେ କର୍ମଚାରୀଙ୍କ ସହ ନିଜ ଜନ୍ମମାଟି ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁସା ଗାଁ ରୁ ତାଙ୍କ କାର୍ଯ୍ୟରତ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟକୁ ବାଇକ ଯୋଗେ ଯାତ୍ରା କରୁଥିଲେ |ଏହି ସମୟରେ ହଠାତ ତାଙ୍କ ନଜରକୁ ଆସିଥିଲା ଜଣେ ଭିନ୍ନକ୍ଷମ ଙ୍କ ଦୁଃଖ ଭରା ସଂଘର୍ଷ ର ଚିତ୍ର |ଏହା ଦେଖି ସେ ଭାବବିହ୍ଵଳ ହେବା ସହିତ ତୁରନ୍ତ ତାଙ୍କ ସହଯୋଗୀଙ୍କୁ ସଂଘର୍ଷ କରି କାଠ କାଟୁଥିବା ଭିନ୍ନକ୍ଷମଙ୍କ ସମ୍ମୁଖରେ ବାଇକ ବନ୍ଦ କରିବା ପାଇଁ  ଅନୁରୋଧ କଲେ | ସଂଘର୍ଷରତ ଭିନ୍ନକ୍ଷମ ନିଜ ସମ୍ମୁଖରେ ଅନ୍ୟ ଜଣେ ଭିନ୍ନକ୍ଷମ କୁ ଦେଖି ପ୍ରଥମେ ଖୁସିରେ ବିଭୋର ହୋଇପଡିଲା ଓ ଦୁହେଁ ଭାବର ଆଦାନ ପ୍ରଦାନ କଲେ |ପରେ ସେ ଭିନ୍ନକ୍ଷମ ଙ୍କୁ ତାଙ୍କ ନା ଓ ଠିକଣା ପଚାରିବାରୁ ସେ ହସି ଉଠି ମୋ ନା ବୈଲୋଚନ ବୈରା ମାଟିଖାଇ ନିବାସୀ ବେଲପଡା ବ୍ଲକ ର ବୋଲି ଉତ୍ତର ଦେଲେ | ବୈଲୋଚନ ଙ୍କୁ ସରକାରୀ ସହାୟତା କହିଲେ ଚାଉଳ ଓ ଭତ୍ତା 500 ଟଙ୍କା ମିଳୁଛି |ଏତେ ସାହାଯ୍ୟରେ ପରିବାର ଚଳାଇବା ବହୁ କଷ୍ଟ ହୋଇପଡୁଥିବା ବୈଲୋଚନ ଅଶୋକ ଙ୍କୁ କହିଲେ |ବୈଲୋଚନ ଙ୍କ କଥା ଶୁଣିଲାପରେ ଅଶୋକ ତୁରନ୍ତ ନିଜ ପକେଟ ରୁ କାଢି 300 ଟଙ୍କା ଦେଲେ ଏବଂ  ତାଙ୍କ ଭତ୍ତା ଟଙ୍କା 500 ରୁ 700 ଟଙ୍କା ବୃଦ୍ଧି କରିବାପାଇଁ ବେଲପଡା ବ୍ଲକ ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗର ଅଧିକାରୀଙ୍କ ସହ କଥାହୋଇ ଭତ୍ତା ରାଶି ବୃଦ୍ଧି କରିବାପାଇଁ ଅନୁରୋଧ କରିବେ ବୋଲି  ପ୍ରତିଶୃତି ଦେଲେ |ଭିନ୍ନକ୍ଷମ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ଅଶୋକଙ୍କ ଏଭଳି ମାନବିକତାକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି |

http://www.youtube.com/watch?v=HVWhxS-7U00 

Leave A Reply

Your email address will not be published.