ଡ଼ିଏସପି ଭାବେ ପଦୋନ୍ନତି ପାଇବା ପରେ ଶୁଭେଚ୍ଛା ସୂଅ 

0

ଝାରବନ୍ଧ-ମନୋହର ଦାଶ: ଜଗଦଳପୁର ଆଇଆଇସି ଲିଲିମା ଲଲିତା ବାର୍ଳାଙ୍କୁ ଡିଏସପି ଭାବେ ପଦୋନ୍ନତି ମିଳିଛି | ତାଙ୍କର ପଦୋନ୍ନତି ଖବର ଜଣାପଡିବା ପରେ ଜଗଦଲପୁରବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ” ନିଷ୍ଠାର ସହିତ ଲୋକଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କୁ ସେବା ଯୋଗାଇ ଦେବା ମୋ ପାଇଁ ପ୍ରଧାନ କର୍ତ୍ତବ୍ୟ ହେବ | ଅଧିକରୁ ଅଧିକ ଲୋକଙ୍କ କାମରେ ଲାଗିପାରିଲେ ଓ ସେବା କରିପାରିଲେ ମୋତେ ଖୁସି ମିଳିବ”  ବୋଲି ପଦୋନ୍ନତି ପାଇଥିବା ଥାନାଧିକାରୀ ଶ୍ରୀମତୀ ବାର୍ଳା ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଜଗଦଲପୁର ଥାନା ଆଇଆଇସି ଲିଲିମା ଲଲିତା ବାର୍ଳା ୧୯୯୫ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇ ୨୦୦୯ମସିହା ଠାରୁ ଆଇ ଆଇ ସି ଭାବେ ଦକ୍ଷତା ସହିତ ବିଭିନ୍ନ ଥାନାରେ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱରେ ବହୁ ସମ୍ବେଦନଶୀଳ ଘଟଣା ଗୁଡିକରେ ପୋଲିସକୁ ବଡ଼ ସଫଳତା ମିଳିଛି। ଜଗଦଲପୁର ଥାନାରେ ଯୋଗ ଦେବା ଅପରାଧ ନିୟନ୍ତ୍ରଣ ସହ ପାରିବାରିକ କଳହ ଆପୋଷ ବୁଝାମଣା କରାଇବାରେ ଅନେକ ସଫଳତା ପାଇଛନ୍ତି ଶ୍ରୀମତୀ ବାର୍ଳା |  ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ଙ୍କ ମନୋମାଳିନ୍ୟ ହୋଇ ଅମାନବିୟ ଅତ୍ୟାଚାର ଘଟଣାରେ ଥାନା ଅଧିକାରୀଙ୍କ କଥାରେ ତାଙ୍କ ଦାମ୍ପତ୍ୟ ଜୀବନ ଫେରାଇ ଆଣି ଅସଜଡ଼ା ଘର ସଜାଡିହୋଇପାରିଛି | ରାସ୍ତା ଦୁର୍ଘଟଣାରେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ପହଞ୍ଚାଇବା ପରି ମହତ କାର୍ଯ୍ୟ ମଧ୍ୟ ବହୁବାର ନିଷ୍ଠାର ସହ ସମ୍ପନ୍ନ କରିଛନ୍ତି।

Leave A Reply

Your email address will not be published.