ଗ୍ରାହକ ପଞ୍ଚାୟତର ବାର୍ଷିକ ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ପଞ୍ଚାୟତ,ପାରଳାଖେମୁଣ୍ଡିର ବାର୍ଷିକ ବୈଠକ ନୂଆ କେରାଣ୍ଡି ଆମ୍ବତୋଟା ଠାରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫୋଟ ଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହି ବୈଠକରେ ହରିମୋହନ ପଟ୍ଟନାୟକଙ୍କ ସଭାପତିତ୍ୱ ମୁଖ୍ୟ ଅତିଥି ଭାବେ ରାମାନନ୍ଦ ଦାସ ଜୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ଶାନ୍ତୁନୁ କୁମାର ମାଝୀ , ଭୂବନେଶ୍ୱର ପଟ୍ଟନାୟକ , ମଧୁସୂଦନ ବାରିକ , ଅନାଦି ପାଣିଗ୍ରାହୀ , ମହେନ୍ଦ୍ର ଆଶ୍ରମର ଲକ୍ଷ୍ମୀବାବା ଯୋଗଦେଇ ଗ୍ରାହକ ମାନଙ୍କୁ ସଚେତନ ରହି ସୁରକ୍ଷିତ ରହିବା ପାଇଁ ଆଲୋଚନା ହୋଇଥିଲା। 

ସେହିଭଳି ବିଶିଷ୍ଟ ବ୍ୟକ୍ତି ଗଣ ବିନୋଦ ଚନ୍ଦ୍ର ଜେନା , ରାଜେଶ ପାତ୍ର , ନରସିଂହ ଗୌଡ , ଜୟକୃଷ୍ଣ ପଟ୍ଟନାୟକ , ବିଚିତ୍ରାନନ୍ଦ ବେବର୍ତ୍ତା , କୈଳାସ ମୋହନ ପାଠୀ , ପ୍ରାସାଦ ନାୟକ , ବଳରାମ ନାଗା ପ୍ରମୁଖ ଯୋଗଦେଇଥିଲେ।

ସଂଘଠନର ସମ୍ପାଦକ ବିଘ୍ନରାଜ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନମୋହନ ରାଜଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ରାମଚନ୍ଦ୍ର ଦାଶ ପରିଚାଳନା କରିଥିବା ବେଳେ ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିଥିଲେ।

Leave A Reply

Your email address will not be published.