ସକ୍ଷମ-୨୦୨୧ : ଇନ୍ଧନ ତୈଳ ଓ ଗ୍ୟାସର ସଂରକ୍ଷଣତା ଉପରେ ସଚେତନତା କାର୍ଯ୍ୟକ୍ରମ 

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମନାରେ ଥିବା ଅର୍ବାନ-ବ୍ୟାଙ୍କ ପଡିଆ ଠାରେ ରବିବାର ଦିନ ସକ୍ଷମ-୨୦୨୧-ଇନ୍ଧନ ତୈଳ ଓ ଗ୍ୟାସର ସଂରକ୍ଷଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ଭାରତ ସରକାରଙ୍କ ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପ୍ରାୟୋଜିତରେ ପେଟ୍ରୋଲିଅମ୍ କଞ୍ଜରଭେସନ ରିସର୍ଚ୍ଚ ଏସୋସିଏସନ ଏବଂ ଅଏଲ ଇଣ୍ଡଷ୍ଟ୍ରିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  ଇନ୍ଧନ ଯୁକ୍ତ ତୈଳ ଓ ଗ୍ୟାସର ଅପ-ବ୍ୟବହାରକୁ ରୋକିବା ଏବଂ ଏହାର ସଂରକ୍ଷଣତାର ଆବଶ୍ୟକତା ଉପରେ ଜନସାଧାରଣ ମଧ୍ୟରେ ବିଭିନ୍ନ ବାର୍ତ୍ତା ଦେଇ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।  ଏହି ଅବସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ଏବଂ ଆଇଓସିଏଲ:ର ଜେନେରାଲ ମ୍ୟାନେଜର ଶ୍ରୀ କୁମାର ଜ୍ୟୋତି ରାୟ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଇନ୍ଧନ ଯୁକ୍ତ ତୈଳ ଓ ଗ୍ୟାସର ଅଯଥା ବ୍ୟବହାରକୁ କିଭଳି ରୋକାଯିବ ଏବଂ ଏହାକୁ କିଭଳି ସଂରକ୍ଷଣ କରି ପରିବେଶ ନିୟନ୍ତ୍ରଣ କରିହେବ ଓ ଏଥିସହିତ  ଭବିଷ୍ୟତ ପିଢ଼ିପାଇଁ ଏକ ଉତ୍ତମ ବାତାବରଣ ସୁନିଶ୍ଚିତ କରିବା ସହ ଏକ ନୂଆ ଏବଂ ସୁସ୍ଥ ବାତାବରଣ ନିର୍ମାଣ ହୋଇପାରିବ , ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ ।

 http://www.youtube.com/watch?v=6MmJ88Nk9es 

ସ୍ୱାସ୍ଥ୍ୟ ପର୍ଯ୍ୟବରଣ ଏବଂ ଇନ୍ଧନ ସଂରକ୍ଷଣ ପାଇଁ ସାଇକଲ ଚଳାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।   ପରେ ଏହି ଉପରୋକ୍ତ ସଂରକ୍ଷଣତା ଉପରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା ।

 ଏହାପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନ୍ଧନ ତୈଳ ଓ ଗ୍ୟାସର ଅନାବଶ୍ୟକ ବ୍ୟବହାରକୁ ରୋକିବା ଓ ସଂରକ୍ଷଣତା ଉପରେ ବିଭିନ୍ନ ପ୍ଲା-କାର୍ଡ ଧରି ଏକ ସଚେତନତା ମୂଳକ ସାଇକଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । 

  ଏହି କାର୍ଯ୍ୟକ୍ରମରେ ଏରିଆ ସେଲସ ମ୍ୟାନେଜର ଶ୍ରୀ ଶୁଭମ କୁମାର ସାହୁ , ଏଚପି-ଗ୍ୟାସ ଓ ଭାରତ-ଗ୍ୟାସର ଡିଷ୍ଟ୍ରିବୁଟର ଓ କର୍ମଚାରୀ ଗଣ ଇଣ୍ଡିଆନ ଅଏଲ ଓ ହିନ୍ଦୁସ୍ଥାନ ପେଟ୍ରୋଲିଅମ ପେଟ୍ରୋଲ ଟ୍ୟାଙ୍କର  ମାଲିକ ଓ କର୍ମଚାରୀ ଗଣ ପ୍ରମୁଖ ଯୋଗ ଦେଇଥିଲେ ।  ଏସଡିପିର ଶ୍ରୀ ନରସିଂହ ବେହେରା ଏବଂ ଏଚପି: ଗ୍ୟାସର ଶ୍ରୀ ବିଜୟ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

          

 

Leave A Reply

Your email address will not be published.