ଦୁଃସାହସିକ କ୍ରୀଡା ଦଳକୁ ବିଧାୟକଙ୍କ ଶୁଭେଚ୍ଛା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ଗଜପତି ଜିଲ୍ଲା  ପାରଳାଖେମୁଣ୍ଡି ରୁ ଏକ ଦଶ ଜଣିଆ ଦଳ  ଚଣ୍ଡିଗଡ ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ମାସ ଦ୍ଵିତୀୟ ସପ୍ତାହ ଚଣ୍ଡିଗଡ ଠାରେ ୨୭ ତମ ଜାତୀୟ ଦୁଃସାହସିକ କ୍ରୀଡା ଶିବିର ଆୟୋଜନ ହେବ ଏଥିରେ ଗଜପତି ଜିଲ୍ଲାର ୧୦ ଜଣ ଯୁବକ ଯୋଗ ଦେଇ ବିଭିନ୍ନ ବିଭାଗ ରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ। ସେଥିପାଇଁ ପାରଳାଖେମୁଣ୍ଡି ବିଧାୟକ ସେମାନଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ବାର୍ତ୍ତା ଦେବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଫେରିବାକୁ କହିଥିଲେ।

http://www.youtube.com/watch?v=_44Q9x0NZg4 

Leave A Reply

Your email address will not be published.