ଆଇ.ଆଇ.ଆଇ.ଇ ର ୬୩ ତମ ପ୍ରତିଷ୍ଠା ଦିବସ 

0

ଭୁବନେଶ୍ୱର:   ଇଣ୍ଡିଆନ ଇନ୍ଷ୍ଟିଚ୍ୟୁସନ  ଅଫ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂର ୬୩ ତମ ପ୍ରତିଷ୍ଠା ଦିବସ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ ଓଡ଼ିଶା ଚାପଟର ଦ୍ୱାରା ଏଫ୧୬, ଚନ୍ଦକା, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଭୁବନେଶ୍ୱରରେ ଅବସ୍ଥିତ ଏହାର ନୂତନ କାର୍ଯ୍ୟାଳୟ ପରିସରରେ ମଧ୍ୟରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ ନିର୍ଦ୍ଦେଶବଳୀ ଅନୁଯାୟୀ ପାଳନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବରେ ନାଲକୋର  ନିର୍ଦ୍ଦେଶକ (ଏଚ.ଆର) ଶ୍ରୀ ରାଧାଶ୍ୟାମ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ନାଲକୋର ପୂର୍ବତନ ଡି.ଜି.ଏମ. ଶ୍ରୀ ଆର.ଏସ.ଦାସ ଏହି ଉତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ପୁରସ୍କାର ପ୍ରଦାନ କରିଥିଲେ ।

ଶ୍ରୀ ଦାସ ମୁଖ୍ୟ ଆଲୋଚ୍ୟ ବିଷୟ “ଆତ୍ମନିର୍ଭର ଭାରତ : ବର୍ତମାନର ମହାମାରୀରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟର ମାନଙ୍କ ପାଇଁ ଆହ୍ୱାନ ଏବଂ ସୁଯୋଗ’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଇଆଇଆଇଇର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଆର.ପି.ମହାନ୍ତି, ସଦସ୍ୟ ଏବଂ ଯୁବଛାତ୍ରମାନଙ୍କୁ ସେମାନଙ୍କ ବୃତିଗତ ବିକାଶ ପାଇଁ ପଢ଼ିବାର ଅଭ୍ୟାସକୁ ଉତ୍ସାହିତ କରି ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଆଇ.ଇ ଓଡ଼ିଶା ଚାପଟରର ସଦସ୍ୟଙ୍କ ବ୍ୟତୀତ ଏକାଡେମୀ ଏବଂ ଶିଳ୍ପ କ୍ଷେତ୍ରର ବହୁ ସଂଖ୍ୟକ ବୃତିଗତ ପେଷାଦାର ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଶା ଚାପ୍ଟରର ସମ୍ମାନିତ ସଚିବ ଡକ୍ଟର ଅମିୟ ପଟ୍ଟନାୟକ ସ୍ୱାଗତ ସମ୍ବର୍ଦ୍ଧନା  ପ୍ରଦାନ କରିଥିଲେ ଏବଂ ଚାପ୍ଟରର ଅଧ୍ୟକ୍ଷ ଡକ୍ଟର ଅମିୟ କୁମାର ବେହେରା ଅତିଥିମାନଙ୍କୁ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ଚାପଟରର ଉପାଧ୍ୟକ୍ଷ ପ୍ରଫେସର ପି.କେ ପାହି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସସ୍ମିତା ତ୍ରିପାଠୀ  ଏବଂ ଡକ୍ଟର ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିଲେ ।

 

Leave A Reply

Your email address will not be published.