ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶହୀଦ୍ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଶହୀଦ୍ ଦିବସ। ଏନ୍ ସି ସି ନେଭାଲ ଓ ଆର୍ମି ୱାଙ୍ଗର ସମର ଶିକ୍ଷାର୍ଥୀ ମାନଙ୍କ ଗ୍ରହଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଶହୀଦ୍ ଦିବସ ପାଳିତ ହୋଇଥିଲା। ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ଶହୀଦ୍ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଏନ୍ ସି ସି ଅଫିସର ହରିହର ଦାଶ ଓ ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ। ଶିକ୍ଷକ ରାମୋଜୀ , ରମେଶ , ଝି.କେରିଆ ଶବର , ଶିକ୍ଷୟିତ୍ରୀ ମିନାକ୍ଷୀ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.