ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ୍ ଦିବସ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହିଳା ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପବିତ୍ର ପୁଣ୍ୟତିଥିକୁ ଶହୀଦ୍ ଦିବସ ଭାବେ ପାଳନ କରାଯାଇଛି। 

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ବରିଷ୍ଠ ସାହିତ୍ୟିକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟର ଉଦଘାଟନ କରିଥିଲେ।

ସଭାକାର୍ଯ୍ୟ ପୂର୍ବରୁ ଭାରତମାତାର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀ ସଭାକାର୍ଯ୍ୟରେ ସଭାପତିତ୍ୱ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।

 http://www.youtube.com/watch?v=UeloJWOrbdc 

ଶହୀଦ ଦିବସର ଯଥାର୍ଥତା ଓ ମହାତ୍ମା ଗାନ୍ଧୀଙ୍କ ସତ୍ୟ-ଅହିଂସା ସମ୍ପର୍କରେ ମୁଖ୍ୟବକ୍ତା ଶ୍ରୀ ବେବର୍ତ୍ତା ପ୍ରାଞ୍ଜଳ ଭାବେ ଉଦବୋଧନ ଦେଇଥିଲେ।  ମହାତ୍ମା ଗାନ୍ଧୀଙ୍କର ନାରୀଶିକ୍ଷା ତଥା ଓଡିଶା ଆଗମନ ସମ୍ପର୍କରେ ମୁଖ୍ୟ ଅତିଥି ଅଧ୍ୟକ୍ଷା ଡ଼. ସାହୁ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାମଧୂନ୍ ଗାନ କରାଯାଇ ସଭାକାର୍ଯ୍ୟ ଶେଷ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର , ଏଲ୍ . ଅଶୋକ , ଏଲ୍ . ଦୁର୍ଯ୍ୟୋଧନ , ଲାଲୀ ଖଡଗରାୟ , କେ.ଦୁର୍ଯ୍ୟୋଧନ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି।

Leave A Reply

Your email address will not be published.