ରାୟଗଡ(ସରୋଜ କୁମାର ସାହୁ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଆବାସରରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ କରାଯାଇଛି l ଏହି ଅବସରରେ ଜିଲ୍ଲାପାଳ, ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଡେପୁଟି କଲେକଟର ଶ୍ରୀ ନାରାୟଣ ମିଶ୍ର, ଆସିଷ୍ଟାଣ୍ଟ କଲେକଟର ମାନେ, ଜିଲ୍ଲାପାଳ ମଙ୍ଗଳ ଅଧିକାରୀ, ଜିଲ୍ଲାପାଳ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଅନ୍ୟନ୍ୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ ଓ ମହାତ୍ମା ଗାନ୍ଧିଜୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟାଳୟ ପରିସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଏଥିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟlଳୟର ଆସିଷ୍ଟାଣ୍ଟ କଳଲେକଟର ମାନେ, ଅନ୍ୟନ୍ୟ ଅନୁବିଭାଗୀୟ ଅଧିକାରୀ ମାନେ ଓ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ l ଅଗ୍ନିଶମ୍ମ ବିଭାଗ ରୟାଗଡ଼ ତରଫରୁ ପୂର୍ଵlହ୍ନ୍ନ 10.59 ମିନିଟ ସମୟରେ ସାଇରେନ ପରେ ନିରବ ପ୍ରାର୍ଥନା ଆରମ୍ଭ ହୋଇ 11.02ମିନିଟରେ ଦ୍ଵିତୀୟଥର ସାଇରେନ ପର୍ଯ୍ୟନ୍ତ ଦୁଇ ମିନିଟ ପାଇଁ ପ୍ରାର୍ଥନା କରାଯାଇଥିଲା ସେହିପରି ରାୟଗଡ ପୌରପରିଷଦ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନାଦ ସତପଥିଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହ ସେଠାରେ ଅବସ୍ଥାପିତ ଆନ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post