ଅବକାରୀ ବିଭାଗ ଚଢ଼ାଉ ମହୁଲ ପୋଚ, ବିଦେଶୀ, ଦେଶୀ ମଦ ଜବତ ସହ ୪ଗିରଫ ।

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ମାଲକାନଗିରି  ଓ ବାଲିମେଳା ଅବକାରି ବିଭାଗର ସମ୍ମିଳିତ ଚଢ଼ାଉ କ୍ରମେ ଗୁମ୍ମା, ବାଲିମେଳା ଓ ଚିତ୍ରକୋଣ୍ଡା ପାହାଡ଼ ନିକଟ ଢେପସାହି, ଚିତ୍ରକୋଣ୍ଡା ସହରର ବିଭିନ୍ନ ଅଂଚଳରେ  ଚଢ଼ାଉ କରି  ୪ ଟି ମାମଲା ରେ ୪ ଜଣଙ୍କୁ ଗିରଫ କରିବା ସହ ୨୦୦୦ ଲିଟର ମହୁଲ ଓ ପୋଚ,୩୦୦ ଲିଟର ଦେଶୀ ମହୁଲି ମଦ,୬ଲିଟର ଭାଟି ରନ୍ଧା ମହୁଲି ମଦ ୬ଲିଟର ବିୟର, ଓ ୨୦ ଲିଟର ଖଜୁରୀ ତାଡି ଜବତ କରିଥିବା ସହ ମଦରନ୍ଧା ରେ ବ୍ୟବହୃତ ସାମଗ୍ରୀ ଜବତ କରି ସେଗୁଡି କୁ ନଷ୍ଟ କରିଥିବା    ବାଲିମେଳା ଅବକାରୀ ଇନ୍ସପେକ୍ଟର ଏଚ ଜାଗା ରାଓ ସୂଚନା ଦେଇଛନ୍ତି।  ଆଜିର ଏହି ଚଢ଼ାଉ ସମୟରେ ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ସେଠଙ୍କ ସହ ଦିଲୀପ କୁମାର ଗୌଡ଼ (DSE),ଗଙ୍ଗା ପାଇକରାୟ,(IE),ଏଚ ଜାଗା ରାଓ (OIC),ମାଥିଲି ଦିଲୀପ କୁମାର ନାୟକ ଚଢ଼ାଉ ରେ ସାମିଲ ଥିଲେ।

Leave A Reply

Your email address will not be published.