ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁପୁର ସେତୁ ଲୋକାର୍ପିତ !

0

ମାହାଙ୍ଗା (ଶାସକ ପ୍ରଶାସକ ): କୁସୁପୁର-ସିପୁରା ପୂର୍ତ୍ତ ସଡକର ବିରୂପା ନଦୀ ଉପରେ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ସେତୁ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି l 

ବାଲିଚନ୍ଦ୍ରପୁର ଠାରୁ ଏକ ବିରାଟ ପଟୁଆରରେ ମନ୍ତ୍ରୀ ପ୍ରତାପ ଜେନା ଏକ ବିରାଟ ପଟୁଆରରେ ଯାଇ କୁପୁପୁର ଗାଁ’ ନିକଟରେ ଏହି ସେତୁକୁ ଉଦଘାଟନ କରି କହିଲେ – ” ବିରୋଧୀ ଦଳ କେବଳ ବିରୋଧ ପାଇଁ ରାଜନୀତି କରୁଥିବା ବେଳେ, ଆମେ ବିକାଶରେ ବିଶ୍ୱାସ କରୁଛୁ ଓ ମାହାଙ୍ଗାରେ ପ୍ରଗତିର ଧାରା ଜାରିରହିଛି l  ମାହାଙ୍ଗାରେ ସବୁ କ୍ଷେତ୍ରରେ ବିକାଶ | ଶିକ୍ଷାରେ ବିକାଶ ସ୍ୱାସ୍ଥ୍ୟରେ ବିକାଶ, ରାସ୍ତାଘାଟରେ ବିକାଶ | ଆମର ଲକ୍ଷ କେବଳ ବିକାଶ |” ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି |  273.72ମିଟର ଲମ୍ବ ଏବଂ 7.50 ମିଟର ଓସାର ବିଶିଷ୍ଟ ଏହି ସେତୁ ପୂର୍ଣ୍ଣାଙ୍ଗ ପାଇଁ 18 କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଯୋଗାଇ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନ୍ତ୍ରୀ ଶ୍ରୀ ଜେନା କୃତଜ୍ଞତା ଜଣାଇଥିଲେ l 

ଆଜିର ଏହି ସେତୁ ଉଦଘାଟନ କାର୍ଯ୍ୟକ୍ରମରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ଉପାଧ୍ୟକ୍ଷା ରସିଦା ବେଗମ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ,  ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ମୋନାଲିସା ଦାଶ, ସରପଞ୍ଚ ପଙ୍କଜ ସାହୁ, ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତରାୟ,ପୂର୍ବତନ ବ୍ଲକ ଚେୟାରମ୍ୟାନ କିଶୋର ସିଂ, ଆଡ଼ଭୋକେଟ ଶ୍ରୀଵନ୍ତ ଜେନା,ସରପଞ୍ଚ  ଭବାନୀ ସାମଲ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ,ସରପଞ୍ଚ ଲିଜା ସାହୁ, ବିଭାଗୀୟ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କ ସମେତ ଅଂଚଳର ମୁରବି, ଦଳୀୟ କର୍ମୀ ଓ ଜନସାଧାରଣ  ଉପସ୍ଥିତ ଥିଲେ l 

http://www.youtube.com/watch?v=oON9xdbXF6w 

 

Leave A Reply

Your email address will not be published.