ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ଅତିରିକ୍ତ ୩୨୦.୯୪ କୋଟିର କେନ୍ଦ୍ରୀୟ ସହାୟତା

0

ଓଡ଼ିଶାକୁ ସର୍ବୋପରି ପ୍ରାଥମିକତା ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ

 ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ଠିଆ ହୋଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ  ବୈଠକରେ କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡ଼ିଆରଏଫ୍) ଅଧୀନରେ ଓଡ଼ିଶା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିସ୍ୱରୂପ ଅତିରିକ୍ତ ୩୨୦ କୋଟି ୯୪ ଲକ୍ଷ ଟଙ୍କା ଉଚ୍ଚସ୍ତରୀୟ କମିଟି ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଆର୍ଥôକ ସହାୟତା ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ । ବନ୍ୟା ହେଉ କିମ୍ବା ବାତ୍ୟା ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ଠିଆ ହୋଇଛନ୍ତି ଓ ସମସ୍ତ ବିକାଶମୂଳକ କାର୍ଯ୍ୟରେ ସର୍ବୋପରି ଓଡ଼ିଶାକୁ ପ୍ରାଥମିକତା ଦେଇ ଆସୁଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ  ।

 

Leave A Reply

Your email address will not be published.