ଅଞ୍ଚଳର ବିକାଶରେ ବରିଷ୍ଠ ନାଗରିକ ଓ ଗଣ ମାଧ୍ୟମ ଭୂମିକା ଗୁରୁତ୍ତ୍ୱପୂର୍ଣ

0

 ରେଢାଖୋଲ ସାମ୍ବାଦିକ ସଂଘର ଆଲୋଚନା ଚକ୍ର।

 ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ବରିଷ୍ଠ ନାଗରିକଙ୍କ ଜ୍ଞାନ ଓ ଗଣମାଧ୍ୟମର ଭୂମିକା ଆମ ସମାଜ ବିକାଶ ପାଇଁ ଆଜିର ସମୟରେ ନିହାତି ଜରୁରୀ। ସମ୍ବଲପୁର ଜିଲ୍ଲା ରେଢାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ” ଆମ ଅଞ୍ଚଳର ବିକାଶରେ ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କ ଭୂମିକାକୁ ନେଇ ଆମନ୍ତ୍ରିତ , ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରେଢାଖୋଲ ସାମ୍ବାଦିକ ସଙ୍ଘ ପକ୍ଷରୁ ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତର ରାଜୀବ ଗାନ୍ଧୀ ଭବନରେ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ  ନାକଟିଦେଉଳ ବିଡ଼ିଓ ବିବେକା ନନ୍ଦ ସାହୁ ମୁଖ୍ୟ ଅତିଥି , ନାକଟିଦେଉଳ ତହସିଲଦାର ସୁକାନ୍ତ କୁମାର ନାଏକ ସଂମ୍ମାନୀତ ଅତିଥି, ବରିଷ୍ଠ ନାଗରିକ ହୃଷିକେଶ ସାହୁ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ନାଥ ପ୍ରଧାନ, ପ୍ରମୁଖ ଯୋଗ ଦେଇ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀ ଭୀମ ମଣ୍ଡଳୀ, ଦେଦରା, କୁଲାଡେରାର ବିକାଶ ତଥା ଅନୁପ୍ରବେଶକାରୀ ସମସ୍ୟା, କଲେଜର ଅନୁଦାନ ସମସ୍ୟା, ଶିକ୍ଷା ସମସ୍ୟା, ସାଧାରଣ ଲୋକଙ୍କ ପାଖରେ ସରକାରୀ ଯୋଜନା ନ ପହଞ୍ଚିବା  ଏହାର ଉପରେ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଗାଁ ଗହଳିରେ ଲୁଚି ଯାଉଥିବା ଖବର ଉପରେ ଗୁରୁତ୍ୱ ଦେବା ପାଇଁ ସାମ୍ବାଦିକ ମାନେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଅଚ୍ୟୁତାନନ୍ଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ବିପିନ ବିହାରୀ ପ୍ରଧାନ,  ଅବସର ପ୍ରାପ୍ତ ଶିକ୍ଷକ ଗୋପୀ ନାଥ ପ୍ରଧାନ ନାକଟିଦେଉଳ ଡିଗ୍ରୀ  କଲେଜ ଅଧ୍ୟକ୍ଷ ସୁଧୀର କୁମାର ସାହୁ, ସାମ୍ବାଦିକ ଜୟନ୍ତ ଖଡ଼ିରତ୍ନ, ପ୍ରସନ୍ନ କୁମାର ପ୍ରଧାନ, ସରତ କୁମାର ପ୍ରଧାନ, ଶଙ୍କର ପୃଷ୍ଟି, ସରୋଜ ସାହୁ, ରୋହିତ ଭୋଇ, ସରୋଜ ରାଉତ, ରଶ୍ମିତା ରାଉତ, ପରୀକ୍ଷିତ ଦାସ, ଜିତେନ୍ଦ୍ର କୁମାର ସାହୁ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଘର ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.