ଛାତ୍ର ବିଜେଡି କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ 

0 2

 ଭୁବନେଶ୍ୱର(ଶାସକ ପ୍ରଶାସକ) :-  ଗତ୨୩ ରିଖ ସୋମବାର ଦିନ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବାତାବରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖି କାର୍ଯ୍ୟ, ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ ବିଜୁ ବାବୁ ଙ୍କ ମହାନତାକୁ ସମ୍ପର୍କିତ ଏକ ସଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନ କରଯାଇଥିଲା । ଏହି ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ବିଜୁ ଛାତ୍ର ଜନତା ଦଳର ୧୦ ଜଣ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି  ।

ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ବି.ସି.ଜେ.ଡି ର କର୍ମକର୍ତ୍ତା ହେଲେ ଅବ୍ଦଦୁଲା ହବିବ , ଅମରେନ୍ଦ୍ର ଧଳ , ହେମନ୍ତ କୁମାର ସାହୁ , ଇସ୍ସିତା ସାହୁ , ସ୍ଥିତପ୍ରଜ୍ଞ ପଣ୍ଡା , ରଶ୍ମି ରଞ୍ଜନ ପରିଡା , ରଞ୍ଜନ ଦାସ , ସ୍ମୃତି ଦାସ୍ , ସୌମ୍ୟ ପ୍ରକାଶ ବିଶ୍ୱାଳ ଓ ଆଶୁତୋଷ ସାହୁ ।

ଏହି କାର୍ଯ୍ୟକ୍ରମକୁ ପାଥେୟ କରି ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଙ୍କ ମଧ୍ୟରେ ଆହୁରି ଅଧିକ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିବ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀରଞ୍ଜନ  ତ୍ରିପାଠୀ ମତ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ବିଜୁ ଜନତା ଦଳର ରାଜ୍ୟ ସଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର ) ପ୍ରଣବ ବଳବନ୍ତ ରାୟ ପରିଚାଳନା କରିଥିଲେ । 

http://www.youtube.com/watch?v=zZC1mfDRUxw 

ଏହା ସହ ଏହି କାର୍ଯ୍ୟକ୍ରମ ରେ ଭର୍ଚୁଆଲ ପ୍ଲାଟଫର୍ମ ରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,  ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଯୁବ ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି  ଶ୍ରୀ ଦେବୀରଞ୍ଜନ  ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ | ସମସ୍ତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମ କର୍ତ୍ତା ସମେତ ବହୁ ପ୍ରାନ୍ତରରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.